ନଦୀରେ ବୁଡ଼ି ଭାଇ-ଭଉଣୀ ମୃତ

କନ୍ଧମାଳ, ୧୭/୦୪: ସାଲୁଙ୍କି ନଦୀରେ ଅଘଟଣ । ଗାଧୋଉଥିବା ବେଳେ ଦୁଇ ଭାଇ-ଭଉଣୀ ନଦୀରେ ବୁଡ଼ି ଯାଇଥିବା ସୂଚନା ମିଳିଛି । ନଦୀରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଟିକାବାଲି ଥାନା ଛତିଘର ଗାଁ ନିକଟସ୍ଥ ଘଟରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି । ଉଦ୍ଧାର ପରେ ଡାକ୍ତରଖାନା ନିଆଯାଇଥିବା ବେଳେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଟିକାବାଲି ମେଡିକାଲ ଡାକ୍ତର । ମୃତ ଭାଇର ନାମ-ସତ୍ୟଜିତ ଦେହୁରୀ(୫) ହୋଇଥିବା ବେଳେ ଭଉଣୀ ଯାଜ୍ଞସେନି ଦେହୁରୀ(୪) ହୋଇଥିବା ଜଣାପଡ଼ିଛି ।

Spread the love