ଜଗା ଦର୍ଶନ ହେଲା ଶେଷ ଦର୍ଶନ

ରୀ ୧୭।୦୪: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ଠାରେ ଘଟିଲା ଅଘଟଣ। ଉଡିଗଲା ଭକ୍ତଙ୍କ ପ୍ରାଣବାୟୁ । ମୃତକ ଛତିଶଗଡ଼ର ଓ୍ୱାଇ ଜି ମୁର୍ତ୍ତି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଛତିଶଗଡ଼ରୁ ଜଗା ଦର୍ଶନ ପାଇଁ ପରିବାର ସହ ଆସିଥିଲେ ଭକ୍ତ ଓ୍ୱାଇ ଜି ମୂର୍ତ୍ତି । ରବିବାର ଦିନ ଶ୍ରୀମନ୍ଦିର ଜଗା ଦର୍ଶନ ପରେ ବିମଳା ମନ୍ଦିର ନିକଟରେ ଦର୍ଶନ କରୁଥିବା ବେଳେ ହଠାତ୍‌ ଟଳିପଡିଥିଲେ ଭକ୍ତ । ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।  ମୃତକଙ୍କ ବୟସ ପ୍ରାୟ ୭୨ ବର୍ଷ ହେବ ବୋଲି ସୂଚନା ରହିଛି ।

ତେବେ ଏତେ ବୟସରେ ଦୂର ବାଟ ନଆସିବା ପାଇଁ ପରିବାର ଲୋକେ ବାରଣ କରୁଥିଲେ । କିନ୍ତୁ ସେ ଜଗାଦର୍ଶନ କରିବା ତାଙ୍କ ଶେଷ ଇଚ୍ଛା ବୋଲି ପରିବାରକୁ କହିଥିଲେ । ଏହାପରେ ପୁରା ପରିବାର ସହ ପୁରୀ ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ଲାଗି । ଆଉ ଏଠି ଚାଲିଗଲା ତାଙ୍କ ପ୍ରାଣବାୟୁ ।

ସେପଟେ ଭକ୍ତଙ୍କ ମୃତ୍ୟୁ ପରେ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ନେଇ କୌଣସି ସୂଚନା ମିଳିନାହିଁ । ଯେହେତୁ ସେ ବେଢା ଭିତରେ ଅଚେତ ଅବସ୍ଥାରେ ପଡିଥିଲେ, ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଘ୍ନ ସୃଷ୍ଟ ହେବ ନାହିଁ ବୋଲି ସେବାୟତମାନେ କହିଛନ୍ତି ।

Spread the love