୪୮ ଘଣ୍ଟା ପରେ ବଦଳିବାକୁ ଯାଉଛି ଏହି ୩ ରାଶିଙ୍କ ଭାଗ୍ୟ

ଗ୍ରହ ମାନଙ୍କ ଭିତରେ ସବୁଠାରୁ ଚମକଦାର ତାରା ଏବଂ ଜୀବନରେ ସମସ୍ତ ଭୌତିକ ସୁଖ ଦେଉଥିବା ଶୁକ୍ର ଆସନ୍ତା ୨୯ ଜାନୁଆରୀରେ ମାର୍ଗି ହେବାକୁୁ ଯାଉଛି। ଏବେ ପର୍ଯ୍ୟନ୍ତ ଶୁକ୍ର ବକ୍ରି ଅର୍ଥାତ ଉଲଟା ଚାଲୁଥିଲେ। କିନ୍ତୁ ବର୍ତ୍ତମାନ ଶୁକ୍ର ଧନୁ ରାଶିରେ ସିଧା ଚାଲିବେ ଏବଂ ଏହାର ପ୍ରଭାବ ସମସ୍ତ ୧୨ ରାଶିରେ ପଡିବ। କିନ୍ତୁ ୩ ରାଶି ପାଇଁ ଏହି ପରିବର୍ତ୍ତନ ବହୁତ ଶୁଭ ବୋଲି ପ୍ରମାଣିତ ହେବ। ୨୩ ଦିନ ପର୍ଯ୍ୟନ୍ତ ଗୁରୁଙ୍କ ରାଶି ଧନୁରେ ରହି ଶୁକ୍ର ଏହି ରାଶିର ଜାତକଙ୍କୁ ଖୁବ୍‌ ଲାଭ ପ୍ରଦାନ କରିବେ। ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଭୌତିକ ସୁଖ, ବିଳାସିତା, ସମୃଦ୍ଧି, ପ୍ରେମ ଏବଂ ସୌନ୍ଦର୍ଯ୍ୟର କାରକ। ଶୁକ୍ରଙ୍କର କାରକ ହୋଇଥିବା କାରଣରୁ ଏହି ସବୁ କ୍ଷେତ୍ରରେ ସକରାତ୍ମକ ଫଳ ମିଳିଥାଏ। ଶୁକ୍ର ଗ୍ରହ ବୃଷ ଏବଂ ତୁଳା ରାଶିର ସ୍ୱାମୀ ଅଟନ୍ତି।

ମେଷ : ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଶୁକ୍ରର ମାର୍ଗି ବହୁତ ଶୁଭ ପ୍ରମାଣିତ ହେବ। ସେମାନଙ୍କୁ ସବୁ କାମରେ ସଫଳତା ମିଳିବ। ଉନ୍ନତି କରିବାର ନୂଆ ମଉକା ମିଳିବ। ଧନ ଲାଭ ହୋଇପାରେ। ପ୍ରେମ ପାଇଁ ଏହି ସମୟ ବହୁତ ଭଲ ରହିବ। ପାର୍ଟନରଙ୍କ ସହିତ ବହୁତ ଭଲ ସମୟ ବନିବ। ବେପାର ବାଣିଜ୍ୟରେ ବି ବଡ ଲାଭ ହୋଇପାରେ।

ବୃଷ : ବୃଷ ରାଶିର ସ୍ୱାମୀ ଶୁକ୍ର ଗ୍ରହ। ଶୁକ୍ରର ମାର୍ଗି ହେବା ଏହି ରାଶିର ଜାତକଙ୍କ ପାଇଁ ବହୁତ ଲାଭ ଦେବ। ଯାତ୍ରା କରିପାରନ୍ତି ଏବଂ ଲାଭବାନ ବି ହୋଇପାରନ୍ତି। ଆକସ୍ମିକ ଧନ ଲାଭ ହୋଇପାରେ। ଘରେ ମଧ୍ୟ ଖୁସି ରହିବ ଏବଂ ଭୁଲ ବନ୍ଧୁଙ୍କ ସାଙ୍ଗ ହୁଅନ୍ତୁନାହିଁ।

ମିଥୁନ : ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ମାର୍ଗି ଶୁକ୍ର ବହୁତ ଲାଭ ଦେବ। ଏହି ସମୟ ମାନ ସମ୍ମାନ ଏବଂ ଭୌତିକ ସୁଖ ଦେଇଥାଏ। ବିବାହ ପାଇଁ ଅପେକ୍ଷା କରିଥିବା ଲୋକଙ୍କ ଘରେ ଏଥର ସାହାନାଇ ବଜିପାରେ। ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ।

କୁମ୍ଭ : ମାର୍ଗି ଶୁକ୍ର କୁମ୍ଭ ରାଶିର ଜାତକଙ୍କ ପାଇଁ ବହୁତ ଭଲ ଶୁଭ ମୁହୂର୍ତ୍ତ ରହିଛି। ବେପାର ବାଣିଜ୍ୟରେ ଲାଭ ହେବ ଏବଂ ଖୁବ୍‌ ସଫଳତା ମିଳିବ। ଟଙ୍କା ଏବଂ ମାନ ସମ୍ମାନ ମିଳିବ। ଏହି ସମୟରେ ଆପଣ ସବୁ କାମରେ ସଫଳତା ପାଇବେ। ଏଥିପାଇଁ ଯେତେ ହୋଇପରେ ସେତେ ଲାଭ ଉଠାନ୍ତୁ।

Spread the love