ବିଶ୍ୱର ସବୁଠାରୁ ବୟସ୍କ ମହିଳାଙ୍କର ପରଲୋକ; ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଥିଲା ନାଁ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବୟସ୍କ ଲୋକ କୁହାଯାଉଥିବା ଜାପାନର ମହିଳା କାନେ ଟାନାକାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା। ସୋମବାର ଜାପାନ ଗଣମାଧ୍ୟମ ଏନ୍‌ଏଚ୍‌କେରେ ଏହି ଖବର ପ୍ରକାଶ ପାଇଛି। ଟାନେକା ୧୯୦୩ ମସିହା ଜାନୁଆରୀ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେହି ବର୍ଷ ରାଇଟ୍ ବ୍ରଦର୍ଶଙ୍କ ପ୍ରଥମ ବିମାନ ଉଡ଼ାଣ ପରୀକ୍ଷଣ କରିଥିଲେ। ବୟସାଧିକ କାରଣରୁ ପଶ୍ଚିମ ଜାପାନର ଫୁକୁଓକା ସହରର ଏକ ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଟାନାକାଙ୍କର ଏପ୍ରିଲ ୧୯ ତାରିଖରେ ମୃତ୍ୟ ହୋଇଛି।

ଏନ୍‌ଏଚ୍‌କେର ସୂଚନା ଅନୁସାରେ ଟାନାକା ତାଙ୍କ ଜୀବନସାରା ଥଣ୍ଡାପାନୀୟ ଓ ଚୋକୋଲେଟ୍‌କୁ ଅଧିକ ଭଲ ପାଉଥିଲେ। ତଥାପି ସେ ଜୀବନର ୧୯୯ ବର୍ଷ ବଞ୍ଚିଥିଲେ। ୨୦୧୯ରେ ଟାନାକାଙ୍କ ନାଁ ସବୁଠାରୁ ବୟସ୍କ ବ୍ୟକ୍ତି ଭାବରେ ଗିନିଜ ବୁକ୍‌ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା।

ସୂଚନା ପାଇଁ ଜଣାଇ ଦେଉଛି ଯେ ଜାପାନ ବର୍ତ୍ତମାନ ବୟସ୍କ ଲୋକର ଦେଶ ପାଲଟିଛି। ଏଠାରେ ବୟସ୍କ ଲୋକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତବର୍ଷ ସେପ୍ଟେମ୍ବର ମାସ ସୁଧା ଜାପାନରେ ୮୬,୫୧୦ ଜଣ ଶତାୟୁ ଲୋକ ଥିଲେ। ସେଥିମଧ୍ୟରୁ ପ୍ରତ୍ୟେକ ୧୦ ଜଣେରେ ୯ ଜଣ ମହିଳାଙ୍କ ବୟସ ୧୦୦ ପାର୍ କରିସାରିଥିଲା।

Spread the love