ଅନ୍‌ଲାଇନ୍‌ରେ ବୟଫ୍ରେଣ୍ଡ୍‌ ଖୋଜୁଛନ୍ତି ସୁନ୍ଦରୀ ମଡେଲ, ୪୦୦ ପୁରୁଷ ପଠାଇ ସାରିଲେଣି ବାୟୋଡାଟା

ଯୁଗ ସହ ବଦଳିଛି ଭଲ ପାଇବାର ଢଙ୍ଗ ଆଉ ଶୈଳୀ। ଆଗରୁ କେବଳ ଆଖିରେ ଆଖିରେ ପ୍ରେମ ହୋଇଯାଉଥିବା ବେଳେ ଏବେ ମୋବାଇଲରେ ଘଣ୍ଟା ଘଣ୍ଟା ଗପସପ, ଚାଟିଂ, ସୋସିଆଲ ମିଡିଆ, ବୁଲା ବୁଲି, ଫିଲ୍ମ ଦେଖା ଆଦି ପ୍ରେମ ଦର୍ଶାଇବାର ମାଧ୍ୟମ ପାଲଟିଛି। ଆଉ ତଥାପି ବି ଯଦି ମନ ଚାହୁଁଥିବା ଭଳି ପ୍ରେମ ନ ମିଳେ ତେବେ ଅନ୍‌ଲାଇନ୍‌ରେ ପ୍ରେମ ଖୋଜୁଛନ୍ତି ଲୋକ। କେବଳ ଏତିକି ନୁହେଁ, ଏବେ ଚାକିରି ଭଳି ପୁଅଙ୍କର ବାୟୋଡାଟା ମଗାଇ ଝିଅମାନେ ନିଜ ପ୍ରେମିକ ବାଛୁଛନ୍ତି। ଏଭଳି ଏକ ଉପାୟ ଆପଣାଇଛନ୍ତି ମାଲେସିଆର ମଡେଲ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର ପୁଇ ୟି। ପୁଇ ନିକଟରେ କହିଥିଲେ- ସେ ପ୍ରେମିକ ଖୋଜୁଛନ୍ତି। ଇଚ୍ଛୁକ ବ୍ୟକ୍ତି ତାଙ୍କୁ ମେଲ୍‌ ପଠାଇପାରିବେ।

ଏପ୍ରିଲ ୨୦ରେ ପୁଇ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଭିଡିଓ ବନାଇ କହିଛନ୍ତି- ତାଙ୍କୁ ଇତି ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ମେଲ୍‌ ଆସି ସାରିଲାଣି। ଲୋକମାନେ ତାଙ୍କ ସହ ସାଧାରଣ ସୂଚନା ସେୟାର କରି କହୁଛନ୍ତି ଯେ ସେ କାହିଁକି ତାଙ୍କୁ ନିଜ ଗାର୍ଲଫ୍ରେଣ୍ଡ୍‌ ବନାଇବାକୁ ଚାହୁଁଛନ୍ତି। ଏହି ବାୟୋଡାଟାରେ ପୁଅମାନେ ନିଜ ବାବଦରେ ସୂଚନା ଦେବା ସହ ଦରମା ଓ ପର୍ସନାଲିଟି ମଧ୍ୟ ସେୟାର କରୁଛନ୍ତି। ୧୭ ମିନିଟ୍‌ର ଭିଡିଓରେ ପୁଇ ପୁଅମାନଙ୍କରା ବାୟୋଡାଟା ବି ପଢ଼ି ଶୁଣାଉଛନ୍ତି। ପବ୍ଲିକ୍‌ରେ ସେ ସମସ୍ତଙ୍କ ରିଭ୍ୟୁ କରିଛନ୍ତି। କହିଛନ୍ତି ଯେ ୪୦୦ ମେଲ ଭିତରୁ ତାଙ୍କୁ ଜଣେ ପସନ୍ଦ ଆସିଛନ୍ତି। ସେ ପୁଇଙ୍କୁ ବେଶ୍‌ ହ୍ୟାଣ୍ଡ୍‌ସମ୍‌ ଓ ସ୍ମାର୍ଟ ଲାଗିଛି। କିନ୍ତୁ ଏଥିରେ ଏକ ସମସ୍ୟା ଆସିଛି। ତାହା ହେଉଛି ଯୁବକଙ୍କ ବୟସ ମାତ୍ର ୧୭ ବର୍ଷ। ପୁଇ କହିଛନ୍ତି ତାଙ୍କୁ ୨୩ ବର୍ଷ। ଏଭଳି ସ୍ଥିତିରେ ସେ ଏକ ୧୭ ବର୍ଷର ପିଲାକୁ କେମିତି ଡେଟ୍‌ କରିପାରିବେ। ତେବେ ବାକି ୧୪ ଜଣଙ୍କ ଚାନ୍ସ ଏବେ ବି ସରିନି ବୋଲି ସେ କହିଛନ୍ତି। ଏହି ବ୍ୟକ୍ତିଙ୍କ ସହ ଭେଟିବାର ଅର୍ଥ ନୁହେଁ ଯେ ମୁଁ ଅନ୍ୟମାନଙ୍କୁ ସୁଯୋଗ ଦେବି। ଏବେ ବି ଆଶା ଅଛି ମତେ ମୋ ପ୍ରକୃତ ପ୍ରେମ ନିଶ୍ଚୟ ମିଳିବ ବୋଲି କହିଛନ୍ତି ପୁଇ।

Spread the love