ସ୍ତନକର୍କଟରୁ ମୁକ୍ତ ହେଲେ ଅଭିନେତ୍ରୀ ଛବି ମିତଲ୍‌

ମୁମ୍ବାଇ: ଟିଭି ଦୁନିଆର ଜଣାଶୁଣା ଅଭିନେତ୍ରୀ ଛବି ମିତଲ କର୍କଟ ରୋଗରେ ପୀଡ଼ିତ ବୋଲି ଆପଣ ପୂର୍ବରୁ ଶୁଣିଥିବେ ନିଶ୍ଚୟ କିନ୍ତୁ ଏବେ ସେ କର୍କଟରୁ ସଂପୂର୍ଣ୍ଣ ମୁକ୍ତ ଅଛନ୍ତି, କାରଣ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି। ହସ୍ପିଟାଲ୍‌ରେ ଡାକ୍ତରମାନେ ୬ ଘଣ୍ଟା ଧରି ଛବିଙ୍କ ଅସ୍ତ୍ରୋପଚାର କରିଥିବା ସୂଚନା ରହିଛି। ସୋସିଆଲ୍‌ ମିଡିଆରେ ଛବି ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍‌ ଲେଖି ପୋଷ୍ଟ୍‌ କରିଛନ୍ତି। ଏପରିକି ସେ ହସ୍ପିଟାଲ୍‌ରୁ ତାଙ୍କର ଫଟୋ ବି ପୋଷ୍ଟ୍‌ କରିଥିବା ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି।ସେ ଗତ ଏପ୍ରିଲ୍‌ ୧୬ ତାରିଖରେ ତାଙ୍କୁ ସ୍ତନ କର୍କଟ ହୋଇଛି ବୋଲି ‌ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ପ୍ରଶଂସକମାନଙ୍କୁ ଜଣାଇଥିଲେ। ଛବିଙ୍କ ରୋଗ ବିଷୟରେ ଜାଣିବା ପରେ ପ୍ରଶଂସକ ଓ ସେଲିବ୍ରେଟି ଛବିଙ୍କ ପ‌ାଇଁ ନିଜର ଚିନ୍ତା ବ୍ୟକ୍ତ କରିବା ସହ ତାଙ୍କୁ ଶୀଘ୍ର ଭଲ ହେବା ପାଇଁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରଶଂସକମାନଙ୍କ ପ୍ରାର୍ଥନା ଭଗବାନ    ଶୁଣିଛନ୍ତି।ଛବି ନିଜ ସ୍ବାମୀ ମୋହିତ ହୁସେନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଛବି ମିତଲ ଟିଭିର ଅନେକ ଧାରାବାହିକରେ ନଜର ଆସିଥିବା ବେଳେ ସେ ତାଙ୍କ ସ୍ବାମୀଙ୍କ ଡିଜିଟାଲ୍‌ ପ୍ରଡକ୍ସନ କମ୍ପାନି ସିଟି ଆଇଡିଆଜ୍‌ ଟ୍ରେଣ୍ଡିଂ(ଏସ୍‌ଆଇଟି)ରେ ଅଭିନୟ କରୁଥିବାର ଆପଣ ଦେଖଥିବେ।

Spread the love