ରାସନ କାଡ଼ଧାରୀଙ୍କ ପାଇଁ ଜରୁରୀ ସୂଚନା

ନୂଆଦିଲ୍ଲୀ : ଯଦି ଆପଣ ଜଣେ ରାସନ କାର୍ଡ ଧାରକ ତେବେ ଏ ଆପଣଙ୍କ ପାଇଁ ବଡ଼ ଖବର। ସରକାରଙ୍କ ପକ୍ଷରୁ କିଛି ନିୟମାବଳୀ କୁ ରାସନ କାର୍ଡ ନିୟମ ରେ ପରିବର୍ତନ କରିବାକୁ କୁହାଯାଇଛି। ଏହି ନିୟମକୁ ନେଇ ଆପଣ ଯଦି ଅଣଦେଖା କରନ୍ତି ତେବେ ଅସୁବିଧାର ସମୁଖୀନ ହୋଇ ପାରନ୍ତି ଓ ଆପଣଙ୍କ ବିରୁଦ୍ଧରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ।ସରକାରୀ ସୂଚନା ଅନୁସାରେ ଜଣାପଡିଛି ଯେ ଅଧିକାଂଶ ଖାତା ଧାରକ ଏଥିପାଇଁ ଯୋଗ୍ୟ ନୁହନ୍ତି ଓ ଫ୍ରି ରେ ରାସନ ପାଇବାର ଲାଭ ଉଠାଉଛନ୍ତି, ଏହି ଯୋଜନା ଅନୁସାରେ ଅଧିକାଂଶ ଖାତା ଧାରକ ଏହି ସୁଯୋଗ ପାଇ ପାରୁ ନାହାନ୍ତି।ମିଳିଥିବା ସୂଚନା ଅନୁସାରେ ଯେଉଁ ବ୍ୟକ୍ତିମାନେ ନିୟମ ବିରୁଦ୍ଧରେ ଯାଇ ରାସନ କାର୍ଡ ବ୍ୟବହାର କରୁଛନ୍ତି ସେମାନେ ତୁରନ୍ତ କାର୍ଡ ଟିକୁ ସରେଣ୍ଡର କରନ୍ତୁ ନଚେତ ସରକାରୀ ଅଧିକାରୀ ମାନଙ୍କ ଦ୍ୱାରା ଯାଞ୍ଚ ସମୟରେ ଜଣା ପଡିଲା ଯେ କୌଣସି ଅପାତ୍ର ବ୍ୟକ୍ତି ଏହାର ଦୁରୁପଯୋଗ କରୁଛି ତେବେ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନଚେତ କାର୍ଡ ଟିକୁ କ୍ୟାନସେଲ କରାଯିବ।

Spread the love