ଯୁକ୍ତ୨ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ

ଭୁବନେଶ୍ୱର : ଯୁକ୍ତ୨ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ ହୋଇ ବୈଷୟିକ ଢାଞ୍ଚାରେ ନାମ ଲେଖାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ। ଏଣିକି ଯୁକ୍ତ୨ ନାମଲେଖା ପୂର୍ବରୁ କାଉନ୍‌ସେଲିଂ କରିବାକୁ ଗଣଶିକ୍ଷା ବିଭାଗ ସ୍ଥିର କରିଛି। ଏହି କାଉନ୍‌ସେଲିଂ ଲାଗି ସ୍ବତନ୍ତ୍ର କମିଟି ଗଠନ କରାଯିବ। ଏଥିରେ ବିଭିନ୍ନ ଜିଲ୍ଲାର ସରକାରୀ କଲେଜର ବରିଷ୍ଠ ଅଧ୍ୟାପକ, ମନସ୍ତତ୍ତ୍ୱବିତ୍‌ ଓ କାଉନ୍‌ସେଲର ନିୟୋଜିତ ହେବେ।ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିବା ପରେ ପିଲାଙ୍କ କଟ୍‌ଅଫ୍‌ ମାର୍କକୁ ଦେଖି ରାଜ୍ୟର କେଉଁ କଲେଜରେ ପଢ଼ିବାକୁ ଆଶା ରଖିଛନ୍ତି ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି କାଉନସେଲିଂ ଲାଗି ପ୍ରତିଷ୍ଠିତ ସଂସ୍ଥାକୁ ଦାୟିତ୍ୱ ଦିଆଯିବ।
ସେହିପରି ରାଜ୍ୟରେ ବିଭିନ୍ନ କଲେଜରେ ଜାଲ୍‌ ଦିବ୍ୟାଙ୍ଗ ସାର୍ଟିଫକେଟ୍‌ ମାଧ୍ୟମରେ ନାମଲେଖା ରୋକିବା ପାଇଁ ଅଣ୍ଟା ଭିଡ଼ିଛି ବିଭାଗ। ନାମଲେଖା ସମୟରେ ସବୁ କଲେଜରେ ଏକ ଯାଞ୍ଚ କମିଟି ଗଠନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି। ଦିବ୍ୟାଙ୍ଗ ସାର୍ଟିଫିକେଟରେ ଆଧାର ନମ୍ବର ସଂଯୋଗ କରିବାକୁ ମଧ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ରଖାଯାଇଛି। ଏହାବ୍ୟତୀତ କେଉଁ ଛାତ୍ରୀଛାତ୍ରଙ୍କୁ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି, ତାହାର ସବିଶେଷ ତଥ୍ୟ ସରକାରଙ୍କ ପାଖରେ ରହିବ ବୋଲି ଜଣାପଡ଼ିଛି।
ବିଭାଗର ସୂଚନାନୁସାରେ, ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଯୁକ୍ତ୨ ନାମଲେଖା ପୂର୍ବରୁ କାଉନ୍‌ସେଲିଂ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ପୂର୍ବରୁ ଓଜେଇଇ, ମେଡିକାଲ ନାମଲେଖାରେ କାଉନ୍‌ସେଲିଂ ବ୍ୟବସ୍ଥା ଥିବାରୁ ପିଲାମାନେ ନିଜ ଭବିଷ୍ୟତ ପାଇଁ ଠିକ ନିଷ୍ପତ୍ତି ନେଇପାରୁଛନ୍ତି। ତେଣୁ ଏହି ବ୍ୟବସ୍ଥାକୁ ଯୁକ୍ତ୨ରେ ବ୍ୟବହାର କରାଗଲେ ପିଲାମାନେ ସେମାନଙ୍କ ଭବିଷ୍ୟତ ପାଠ୍ୟକ୍ରମ, କଲେଜ ଚୟନ ସହ ଶିକ୍ଷା ବ୍ୟବସ୍ଥାକୁ ସହଜରେ ବୁଝିପାରିବେ ବୋଲି ବିଭାଗ ଆଶା ରଖିଛି।
ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖା ସମୟରେ ଅଭିଭାବକଙ୍କ ଭୁଲ୍‌ ନିଷ୍ପତ୍ତି ଏବଂ ପିଲାଙ୍କ ଆଶା ବିରୋଧରେ ନାମଲେଖା ଅନେକ ସମସ୍ୟା ସୃଷ୍ଟି କରିଥାଏ। ସେହିଭଳି ଗତ ୫ବର୍ଷ ହେବ ଅନ୍‌ଲାଇନ୍‌ ନାମଲେଖା ସମୟରେ ବିଭିନ୍ନ ସମସ୍ୟା ଲାଗି ପିଲାମାନେ ଭୁଲ୍‌ ଷ୍ଟ୍ରିମରେ ନାମ ଲେଖାଇଥାନ୍ତି। ଏଥିଲାଗି ପ୍ରାୟ ୧୫ ପ୍ରତିଶତ ପିଲାଙ୍କ ରେଜଲ୍ଟ ପ୍ରଭାବିତ ହୋଇଥାଏ।

ଜୁନ୍‌ ୧ରୁ ୧୬ ପର୍ଯ୍ୟନ୍ତ ଛୁଟି ନିଷ୍ପତ୍ତି

ଭୁବନେଶ୍ୱର : ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଲେ ସରକାର । ଜୁନ୍‌ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛି ବିଭାଗ । ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । କୋଭିଡ୍‌ ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଖରାଛୁଟି କମିଛି । ଦରକାର ପଡ଼ିଲେ ଛୁଟି ଦିନ ଓ କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ୍‌ ହେବ ବୋଲି ବିଭାଗ କହିଛି ।

ପୂର୍ବରୁ ସ୍କୁଲ ପିଲାଙ୍କର ମଧ୍ୟ ଖରାଛୁଟି କମାଯାଇଛି । ଜୁନ୍‌ ୬ରୁ ୧୬ ଯାଏଁ ସ୍କୁଲରେ ଖରା ଛୁଟି ଘୋଷଣା ହୋଇଛି । କୋଭିଡ଼ ପାଇଁ ପାଠପଢା ବ୍ୟାହତ ହୋଇଥିବାରୁ ଖରାଛୁଟି କାଣ୍ଟଛାଣ୍ଟ କରାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଜାରି ରହିବ ସକାଳୁଆ ସ୍କୁଲ । ମେ ପହିଲାରୁ ଜୁନ୍‌ ୫ ଯାଏ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ କ୍ଲାସ ଚାଲିବାକୁ ଥିବା ବେଳେ ଏପ୍ରିଲ୍‌ ୨୦ରୁ ୩୦ ପର୍ଯ୍ୟନ୍ତ ପ୍ରଥମରୁ ନବମ ଶ୍ରେଣୀ ଲାଗି ନୂଆ ଆଡ୍‌ମିଶନ୍‌ ଓ ରିଆଡମିଶନ ଚାଲୁ ରହିବ ।

 

ଉଚ୍ଚଶିକ୍ଷାରେ ୨୭୮ ଜଣ ଛାତ୍ରଛାତ୍ରୀଙ୍କୁ ଭାଷାବୃତ୍ତି

ଭୁବନେଶ୍ୱର : ବିଗତ ଶିକ୍ଷା ୧୯ ବର୍ଷରେ ରାଜ୍ୟର ୨୭୮ ଜଣ ଛାତ୍ରଛାତ୍ରୀଙ୍କୁ । ଫକୀରମୋହନ ଭାଷାବୁଛି ଦିଆଯିବ। ଏନେଇ ବିଭାଗ ପକ୍ଷରୁ ପିଲାଙ୍କ ତାଲିକା । ପ୍ରକାଶ ପାଇଥିବାବେଳେ ଏଥ୍ ପାଇଁ ମୋଟ୍ – ୫୫ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ ହେବ। ୧ ୨୦୨୧-୨୨ ଶିକ୍ଷା ବର୍ଷରେ ରାଜ୍ୟର ୨୭୮ ଜଣ ଛାତ୍ରଛାତ୍ରୀ ଫକୀରମୋହନ ଭାଷାବୁଛି ବାବଦରେ ଅର୍ଥରାଶି ପାଇବେ। –

। ବିଭାଗ ପକ୍ଷରୁ ୫୫ ଲକ୍ଷ ୬୦ ହଜାର । ଟଙ୍କା ପ୍ରଦାନ କରାଯିବା ନେଇ ମଞ୍ଜୁରୀ ମିଳିଥିବା ବେଳେ ଓଡ଼ିଆରେ ସ୍ନାତକୋତ୍ତର ଅୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି କରି ମିଳିବ। ସ୍ଥାତକରେ ଓଡ଼ିଆ ବିଷୟରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଅର୍ଥରାଶି । ଦିଆଯିବ। ତେବେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ନେଇ ବିଭାଗ ଦର୍ଶାଇଛି।

 

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ବର : ମୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପୂର୍ବ ନିର୍ବାଚିତ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ବିଷୟଗୁଡ଼ିକ ମଧ୍ୟରେ ସମୟର ବ୍ୟବଧାନ କମ୍ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚୀରେ ପରିବର୍ତ୍ତନ କରାଯାଇଛି। ମେ ୧୯ ତାରିଖରେ ଥିବା କଳା ବିଭାଗର ଗୃହ ବିଜ୍ଞାନ, ବିଜ୍ଞାନ ଓ କଳା ବିଭାଗର ଗଣିତ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର ବାୟୋଲୋଜି ବିଷୟକୁ ମେ ୩୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ତେବେ ପରିବର୍ତ୍ତନ ହୋଇଥିବା ଉକ୍ତ ବିଷୟ ଗୁଡିକର ପରୀକ୍ଷା ଦିନ ୯ଟାରୁ ୧୨ ଟା ଯାଏ କରାଯିବ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟଯେ +୨ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ପରୀକ୍ଷା ତାରିଖ ମଧ୍ୟରେ ସମୟ ବ୍ୟବଧାନ କମ ରହୁଥିବାରୁ ପରୀକ୍ଷା ସୂଚୀ ପରିବର୍ତ୍ତନ କରିବା ଲାଗି ଦାବି କରିଥିଲେ । ପିଲାଙ୍କ ଦାବି ପରେ ଗଣଶିକ୍ଷାମନ୍ତ୍ରୀ ସିଏଚଏସଇ (ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ) କୁ ତାରିଖରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ କାର୍ଯ୍ୟସୂଚୀ ପରିବର୍ତ୍ତନ ହୋଇଥିବା ପରିଷଦର ପରୀକ୍ଷା । ନିୟନ୍ତ୍ରକ ସୋମବାର ସୂଚନା ଦେଇଛନ୍ତି ।

 

Spread the love