କରିସ୍ମା କପୁର କରିବେ ଦ୍ବିତୀୟ ବିବାହ !

ମୁମ୍ବାଇ ୨୯।୦୪ : ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ କରିସ୍ମା କପୁର ଅନ୍ୟତମ ଜଣେ । ପରଫେକ୍ଟ ଫିଗରର ସହ ଡ୍ୟାନ୍ସ ଅଭିନୟର ଯାଦୁରେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। ଦୁଇଟି ସନ୍ତାନର ମାଆ ହେବା ସତ୍ତ୍ବେ ନିଜର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ଯୋଗୁଁ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି । ବିଟାନ୍‌ରୁ ଆରମ୍ଭ କରି ସୋସିଆଲ ମିଡିଆରେ କରିସ୍ମାଙ୍କୁ ସମସ୍ତେ ଲୋଲୋ ବୋଲି ଡାକନ୍ତି । ହେଲେ କରିସ୍ମା ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି । ସବୁବେଳେ ପର୍ସନାଲ୍‌ ଏବଂ ପ୍ରୋଫେସନାଲ୍‌କୁ ନେଇ ଅପଡେଟ୍‌ ଦିଅନ୍ତି । ନିକଟରେ ସେ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେବା ସହ ପୋଷ୍ଟଟି ଭାଇରାଲ୍‌ ହେବାରେ ଲାଗିଛି ।

ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଷ୍ଟୋରୀରେ କିଛି ପୋଷ୍ଟ କରିଥିଲେ ଯେଉଁଥିରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ଯେମିତିକି ୟୁଜର୍ସ ତାଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ବିଷୟ ପଚାରିଥିଲେ ସେ ବିରିୟାନୀଙ୍କୁ କହିଥିଲେ। ଯେତେବେଳେ ଅନ୍ୟ ପଚାରିଲେ ଯେ ତୁମେ ରଣବୀର କପୁର ନା ରଣବୀର ସିଂଙ୍କୁ ପସନ୍ଦ କର ସେତେବେଳେ କରିସ୍ମା କହିଥିଲେ ମୁଁ ଉଭୟଙ୍କୁ ଭଲ ପାଏ।ସେହି ସମୟରେ ଜଣେ ଫ୍ୟାନ୍ସ କରିସ୍ମାଙ୍କୁ ଏକ ବଡ ପ୍ରଶ୍ମ କରିଥିଲେ। କୁହାଯାଇଥିଲା କି କଣ ପୁଣି ଥରେ ବିବାହ କରିବେ କି? ଯେଉଁଥିରେ ସେ ଦ୍ବନ୍ଦରେ ଥିବାର ଫଟୋ ସେୟାର କରି Depends କହି ଉତ୍ତର ଦେଇଥିଲେ । ହେଲେ ବର୍ତ୍ତମାନ କରିସ୍ମାଙ୍କ ଏହି ବିବାହ ପ୍ରଶ୍ନର ଉତ୍ତର ଚର୍ଚ୍ଚାରେ ଅଛି । କହିବାକୁ ଗଲେ କରିସ୍ମା କପୁରଙ୍କ ବିବାହ ୨୦୦୩ରେ ବିଜନେସ୍‌ମ୍ୟାନ ସଞ୍ଜୟ କପୁରଙ୍କ ସହ ହୋଇଥିଲା । ୨୦୧୬ରେ ଦୁହେଁ ଅଲଗା ହୋଇଥିଲେ। ତାଙ୍କ ବ୍ୟକ୍ତିଗତ ଜୀବନ, ​​ବିବାହ ଏବଂ ଛାଡପତ୍ର ବିଷୟରେ ବହୁତ କମ୍‌ କଥାବାର୍ତ୍ତା କରନ୍ତି।

Spread the love