ଖରାଦିନେ ତ୍ୱଚାର ଯତ୍ନ

ସୁନ୍ଦର ତ୍ବଚା ସମସ୍ତଙ୍କୁ ପସନ୍ଦ । ପାଣିପାଗ ପରିବର୍ତ୍ତନ ଏବଂ ପ୍ରଦୂଷଣ ଯୋଗୁଁ ମୁହଁରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ ତ୍ୱଚା ଅସୁନ୍ଦର ଦେଖାଯାଏ।ତେବେ ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ—

ଗରମ ଦିନେ ତ୍ବଚାକୁ ଶୁଖିଲାପଣରୁ ରକ୍ଷା କରିବା ପାଇଁ ଆପଣ ଚନ୍ଦନର ବ୍ୟବହାର କରିପାରିବେ । ଆପଣଙ୍କ ତ୍ବଚାକୁ ଟ୍ୟାନ୍‌ରୁ ମୁକ୍ତି ଦେବା ପାଇଁ ଗରମ ଉପରେ ପ୍ରଭାବ ପକାଉଥିବା ଜିନିଷ ଖାଇବା ଉଚିତ୍। ଚନ୍ଦନର ପାଉଡରରେ ଥଣ୍ଡା ପାଣି ମିଶାଇ ସେହି ଲେପକୁ ଆପଣ ମୁହଁରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ମୁହଁକୁ ଥଣ୍ଡା ମିଳିବ ଏବଂ ଟ୍ୟାନ୍ ମଧ୍ୟ ଦୂର ହେବ ।

 ମହୁ ଏବଂ ହଳଦୀ ମଧ୍ୟ ତ୍ବଚା ପାଇଁ ବେଶ ଉପକାରୀ । ଗରମ ଦିନରେ ତ୍ବଚାରେ ମହୁ ଏବଂ ହଳଦୀ ଲଗାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ । ଏହାକୁ ବ୍ୟବହାର କରିବା ଦ୍ବାରା ଆପଣଙ୍କ ତ୍ବଚା ରାସେସ୍ ମୁକ୍ତ ରହିବ ।

ଏହା ବ୍ୟତୀତ କଦଳୀ ପେଷ୍ଟ ଏବଂ ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ । କଦଳୀରେ ଭିଟାମିନ୍ ଇ, ଭିଟାମିନ୍ ବି, ଭିଟାମିନ୍ ଏ, ପୋଟାସିୟମ୍ ଥାଏ । ଯାହା ତ୍ବଚାକୁ ପ୍ରାକୃତିକ ଭାବରେ ହାଇଡ୍ରେଟ୍ କରିଥାଏ ଏବଂ ତ୍ବଚା କୋଷଗୁଡିକ ମଧ୍ୟ ରିପେୟାର ହୋଇଥାଏ ।

ଏହାସହ ଗରମ ଦିନେ ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ,କାରଣ ଜଳ ଅଭାବର ପ୍ରଭାବ ମଧ୍ୟ ମୁହଁରେ ଦେଖାଯାଏ । ଏହା ଦ୍ବାରା ମୁହଁରୁ ଚମକ ମଧ୍ୟ କମିଯାଏ।  ଏମିତି ଫଳ ଖାଆନ୍ତୁ ଯାହାଦ୍ବାରା ଆପଣଙ୍କ ଶରୀରକୁ ଜଳ ମିଳୁଥିବ ।

Spread the love