ଗର୍ଭାବସ୍ଥା ଆରମ୍ଭରୁ ରଖନ୍ତୁ ବିଶେଷ ଧ୍ୟାନ

ଦୀର୍ଘ ୯ମାସର ଗର୍ଭାବସ୍ଥା ଯାତ୍ରା ବହୁତ କଷ୍ଟ ଏବଂ ଯନ୍ତ୍ରଣାଦାୟକ। କେତେବେଳେ ଭୋକ ଲାଗିନଥାଏ ତ କେତେବେଳେ ଅଧିକ ଭୋକ ଲାଗିଥାଏ । ପିଠି ଦରଜ, ବାନ୍ତି, ମୁଣ୍ଡ ବିନ୍ଧା ଆଦି ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତିକରିବା ପରେ ଶେଷରେ ଆପଣ ମା’ ହେବାର ଖୁସି ଅନୁଭବ କରିଥାନ୍ତି । ଏମିତିରେ ଆପଣଙ୍କୁ ଗର୍ଭାବସ୍ଥା ଆରମ୍ଭରୁ ହିଁ କିଛି ଏମିତି ଜିନିଷ ଆପଣାଇବା ଉଚିତ୍ ଯାହାଦ୍ବାରା ଆପଣଙ୍କ ଗର୍ଭାବସ୍ଥା ସୁସ୍ଥ ହୋଇପାରିବ ।

ସବୁଜ ଫଳ ଏବଂ ପନିପରିବା ଖାଆନ୍ତୁ :

ଆପଣଙ୍କ ଖାଦ୍ୟରେ ଫଳ ଏବଂ ପନିପରିବା ନିଶ୍ଚୟ ସାମିଲ କରନ୍ତୁ । ଫଳ ଏବଂ ପନିପରିବା ଆପଣଙ୍କ ଶରୀରରେ ଅନେକ ପୋଷକ ତତ୍ବର ଅଭାବ ଦୂର କରିଥାଏ । ଯାହା ଦ୍ବାରା ଆପଣଙ୍କ ଶରୀର ସୁଦୃଢ ହୋଇଥାଏ ଏବଂ ଆପଣ ସୁସ୍ଥ ଶିଶୁର ମା’ ହୋଇପାରିବେ ।

ଆଇରନ୍ ସ୍ତରକୁ ନିୟନ୍ତ୍ରଣରଖନ୍ତୁ :

ଆପଣ ଖାଦ୍ୟରେ ଆଇରନ୍‌ଯୁକ୍ତ ଜିନିଷ ସେବନ କରିବା ଦ୍ବାରା ଏନିମିୟାରୁ ଦୂରେଇ ରହିବେ । ଶରୀରରେ ଆଇରନ୍‌ର ଅବଶୋଷଣକୁ ଭଲ କରିବାକୁ ଆଇରନ୍ ସହ ଭିଟାମିନ୍ ସି ମଧ୍ୟ ସେବନ କରନ୍ତୁ । ଏଥିପାଇଁ ଆପଣ ଡାଲି, ଫଳ ଏବଂ ମାଂସ ତରକାରୀ ଖାଆନ୍ତୁ । ଶରୀରରେ ଆଇରନ୍ ଅବଶୋଷଣକୁ ବଢାଇବା ପାଇଁ ଆପଣଙ୍କ ଏକ ଗ୍ଲାସ୍ କମଳା ରସ ଏବଂ ଲେମ୍ବୁ ପାଣି ମଧ୍ୟ ପିଇପାରିବେ ।

ହାଇଡ୍ରେଟ୍ ରୁହନ୍ତୁ :

ଗୋଟିଏ ବୋତଲ ପାଣି ନିଜ ସାଥିରେ ରଖନ୍ତୁ । ଏହାସହ ପାଣିରେ ଭରପୁର ପନିପରିବା ଏବଂ ଫଳ ଯେପରି କାକୁଡି, ଟମାଟୋ, ଲାଉ, ତରଭୁଜ ଏବଂ ଖରଭୁଜ ନିଜ ଖାଦ୍ୟରେ ସାମିଲ କରନ୍ତୁ । ନିଜ ଶରୀରରେ ଜଳ ସ୍ତର ବଢାଇବା ସେକ୍, ସ୍ମୁଦି, ଜୁସ୍ ଏବଂ ନଡିଆ ପାଣି ମଧ୍ୟ ପିଇପାରିବେ ।

ସୁସ୍ଥ ସ୍ନାକ୍ସ ଖାଆନ୍ତୁ :

ଜଳଖିଆରେ ସୁସ୍ଥ ସ୍ନାକ୍ସ ଖାଆନ୍ତୁ । ଶୁଖିଲା ଆପ୍ରିକଟ୍, ବାଦାମ, ତାଜା ଫଳ, ପ୍ରୋଟିନ୍ ବାର୍ ଏବଂ ଶସ୍ୟ ବାର୍ ପରି ଆଗରୁ ପ୍ରସ୍ତୁତ କିଛି ସୁସ୍ଥ ସ୍ନାକ୍ସ ପ୍ରସ୍ତୁତ ରଖନ୍ତୁ ।

ଭଲକରି ଶୁଅନ୍ତୁ :

ଶଯ୍ୟାରେ ଶୋଇବା ଏବଂ ଆରାମଦାୟକ ରହିବା ଗର୍ଭାବସ୍ଥାରେ ସବୁଠାରୁ ବଡ ଚ୍ୟାଲେଞ୍ଜ । ତଥାପି ଶୋଇବାକୁ ଚେଷ୍ଟା କରନ୍ତୁ । ଆପଣଙ୍କର ବାମ ପଟେ ଶୋଇବାକୁ ଚେଷ୍ଟା କରନ୍ତୁ । ଭଲ ନିଦ ପାଇଁ ଅଧିକ ତକିଆ ବ୍ୟବହାର କରନ୍ତୁ । ବାମ ପଟରେ ଶୋଇବା ଦ୍ବାରା ସବୁ ଅଙ୍ଗରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ ।

ଏହି ଜିନିଷ ଖାଆନ୍ତୁନାହିଁ :

ଗର୍ଭାବସ୍ଥାରେ ଅଧା ଫ୍ରାଏ ହୋଇଥିବା କଞ୍ଚା ମାଂସ, ଅଣ୍ଡାର ହଳଦିଆ ଅଂଶ, ଅମୃତଭଣ୍ଡା ଭଳି ଜିନିଷ ଖାଆନ୍ତୁ ନାହିଁ । ଏହି ଅବସ୍ଥାରେ ଅଣ୍ଡା କମ୍ ଖାଆନ୍ତୁ । କିନ୍ତୁ ଆପଣ ସିଝା ଅଣ୍ଡା ଖାଇପାରିବେ ।

Spread the love