ଅବତରଣ ବେଳେ କାଳବୈଶାଖି କବଳରେ ପଡ଼ିଲା ସ୍ପାଇସ୍‌ଜେଟ୍‌ ବିମାନ

କୋଲ୍‌କାତା: ଗତକାଲି ପଶ୍ଚିମବଙ୍ଗର ଦୁର୍ଗାପୁରରେ ଥିବା କାଜି ନଜ୍‌ରୁଲ୍‌ ଇସ୍‌ଲାମ୍‌ ବିମାନ ବନ୍ଦରରେ ସ୍ପାଇସ୍‌ଜେଟ୍‌ର ଗୋଟାଏ ବିମାନ ଅବତରଣ କରୁଥିବା ବେଳେ କାଳବୈଶାଖି କବଳରେ ପଡ଼ି ଦୋହଲି ଯିବାରୁ କ୍ୟାବିନ୍‌ରୁ ଲଗେଜ୍‌ ଓ ବ୍ୟାଗ୍‌ ଖସି  ୪୦ଜଣ ଯାତ୍ରୀ ଆହତ ହୋଇଛନ୍ତି।୪୦ଜଣଙ୍କ ମଧ୍ୟରୁ ୧୦ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ହୋଇପଡ଼ିଛି। ସାମାନ୍ୟ ଆହତ ହୋଇଥିବା ବାକି ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ଥିଲେ ମଧ୍ୟ ଉକ୍ତ ୧୦ଜଣ ଯାତ୍ରୀ ବିପଦମୁକ୍ତ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷମାନେ କହିଛନ୍ତି।

Spread the love