ଋଷରେ ଭୟଙ୍କର ବିସ୍ଫୋରଣ, ଥରିଲା ବେଲଗୋରୋଡ ଅଞ୍ଚଳ

ନୂଆଦିଲ୍ଲୀ ୦୩/୦୫: ୟୁକ୍ରେନ ଓ ଋଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଋଷ ଗଣମାଧ୍ୟମ ଅନୁସାରେ, ବେଲଗୋରୋଡରେ ଦୁଇଟି ଭୟଙ୍କର ବିସ୍ଫୋରଣ ହୋଇଛି । ସ୍ଥାନୀୟ ଗଭର୍ଣ୍ଣର ଏ ବାବଦରେ ସ୍ପଷ୍ଟ କରିଛନ୍ତି ।

ସୂଚନାନୁସାରେ, ବେଲଗୋରୋଡ ୟୁକ୍ରେନ ନିକଟରେ ରହିଛି । ଏହା ଖରକିଭରୁ ମାତ୍ର ୪୦ କିମି ଦୂରରେ ଅଛି । ୟୁକ୍ରେନ ସହ ଯୁଦ୍ଧ ବେଳେ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଋଷ ବେଲଗୋରୋଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା । ଏହି ସବୁ ସତ୍ତ୍ୱେ ବେଲଗୋରୋଡରେ ବିସ୍ଫୋରଣ ହୋଇଛି । ତେବେ ଏଥିରେ ୟୁକ୍ରେନର ସଂପୃକ୍ତି ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ ।

ତେବେ ଏହା ପୂର୍ବରୁ ଋଷ ୟୁକ୍ରେନ ପକ୍ଷରୁ ବେଲଗୋରୋଡରେ ଆକ୍ରମଣ ହୋଇଥିବା ଦାବି କରିଥିଲା । ଏଥିରେ କିଛି ଘର ଭାଙ୍ଗିରୁଜି ଯାଇଥିଲା । ତେବେ ୟୁକ୍ରେନ ଏହି ଦାବିକୁ ଖାରଜ କରିଦେଇଥିଲା ।

Spread the love