ଟ୍ୱିଟର ବ୍ୟବହାର ପାଇଁ ଦେବାକୁ ପଡିବ ଟଙ୍କା : ଏଲନ ମସ୍କ କଲେ ଘୋଷଣା

ନୂଆଦିଲ୍ଲୀ ୦୪/୦୫: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କ ଲଗାତର ଚର୍ଚ୍ଚାରେ ରହୁଛନ୍ତି ।ଏହାମଧ୍ୟରେ ସେ ଏକ ବଡ ସଙ୍କେତ ଦେଇଛନ୍ତି । ଆଗାମୀ ଦିନରେ ଟ୍ୱିଟର ବ୍ୟବହାର ପାଇଁ ଟଙ୍କା ଦେବାକୁ ପଡିବ ବୋଲି ସେ ଇଶାରା ଦେଇଛନ୍ତି । ତେବେ କାଜୁଆଲ ବା ସାଧାରଣ ୟୁଜର୍ସଙ୍କ ପାଇଁ ଏହା ଫ୍ରି ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏଲନ୍ ଟ୍ୱିଟ୍ କରି କହିଛନ୍ତି ଯେ, ସାଧାରଣ ୟୁଜରଙ୍କ ପାଇଁ ଟ୍ୱିଟର ସର୍ବଦା ଫ୍ରି ରହିବ । କିନ୍ତୁ ସରକାରୀ କିମ୍ବା କୌଣସି ଅନୁଷ୍ଠାନର ୟୁଜର୍ସଙ୍କୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର ପାଇଁ କିଛି ଅର୍ଥ ଖର୍ଚ୍ଚ କରିବାକୁ ହେବ ।

ସୂଚନାଯୋଗ୍ୟ, ଏଲନ ଟ୍ୱିଟରକୁ ୪୪ ଅରବ ଡଲାରରେ କ୍ରୟ କରିଥିଲେ । ସେ କମ୍ପାନୀରେ ବଡ ଧରଣର ପରିବର୍ତ୍ତନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେ କମ୍ପାନୀ ସିଇଓ ପରାଗ ଅଗ୍ରଓ୍ୱାଲ ଓ ପଲିସି ମୁଖ୍ୟ ବିଜୟା ଗାଡେଙ୍କୁ ବାହାର କରିପାରନ୍ତି ।ଟ୍ୱିଟରକୁ କ୍ରୟ କରିବା ପରେ ମସ୍କ କହିଥିଲେ ଯେ, ବାକ୍ ସ୍ୱାଧିନତା ସମସ୍ତଙ୍କ ଅଧିକାର । ଏଠାରେ ମାନବୀୟ ଭବିଷ୍ୟତ ଉପରେ ଚର୍ଚ୍ଚା ହେବା ଉଚିତ । ଏହାସହ ଆଲଗୋରିଦିମକୁ ଓପନ ରଖିବା ପାଇଁ ସେ ଚାହୁଁଥିବା ପ୍ରକାଶ କରିଥିଲେ ।

Spread the love