ଆସନ୍ତାକାଲି ରାଜ୍ୟର ସମସ୍ତ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ: ଗୋଲକ ମହାପାତ୍ର

ଭୁବନେଶ୍ୱର,ତା.୦୫/୦୫: ରାଜନୈତିକ ଅସହିଷ୍ଣୁତା ଓ ବିରୋଧୀଙ୍କୁ ଦମନ ମନୋଭାବ ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ । ଏଭଳି ହୀନ କାର୍ଯ୍ୟରେ ସରକାରୀ କଳ ଓ ପ୍ରଶାସନର ଅପବ୍ୟବହାର କରିବାରେ ଶାସକ ବିଜେଡି ସିଦ୍ଧହସ୍ତ । ଏଭଳି ହୀନ ମାନସିକତାର ପରିଚୟ ଦେଇ ଶାସକ ବିଜେଡି ଯେଉଁ ଭଳି ଭାବେ ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀଙ୍କୁ ଅଗଣତାନ୍ତ୍ରୀକ ଉପାୟରେ ଗିରଫ କଲେ, ତାହା ଅତ୍ୟନ୍ତ ଅଶୋଭନୀୟ ଆଚରଣ । ଶାନ୍ତ, ସରଳ ଓ ନମ୍ର ସ୍ୱଭାବର ଜଣେ ନିର୍ବାଚିତ ଜନପ୍ରତିନିଧି ତଥା ଦେବଗଡ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଏତଲା ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ବିଳମ୍ବରେ ରୁଜି ହୋଇଥିବା ତିଲେଇବଣି ବିଡିଓଙ୍କ କାଉଂଟର ଏଫଆଇଆର ଓ ତଦନ୍ତ ଆଧାରରେ ତରଭରିଆ ଏବଂ ଏକପାଖିଆ ଆକ୍ରୋଶମୁଳକ ଭାବେ ବିଧାୟକଙ୍କୁ ଗିରଫ ଘଟଣା ଶାସକ ବିଜେଡିର ବିରାଟ ଷଡଯନ୍ତ୍ର ।

ଶାସକ ବିଜେଡି ସମର୍ଥିତ ପୂର୍ବତନ ସରପଂଚଙ୍କ ସ୍ୱାମୀ ହେଉଛନ୍ତି ତିଲେଇବଣି ବିଡିଓ । ବିଧାୟକଙ୍କ ଏତଲାକ୍ରମେ ବର୍ତମାନ ସୁଦ୍ଧା ବିଡିଓଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପଛରେ ଶାସକ ବିଜେଡିର ପ୍ରତ୍ୟକ୍ଷ ହାତ ରହିଛି । ଏହାର ପ୍ରତିବାଦରେ ଆସନ୍ତା କାଲି ରାଜ୍ୟର ସମସ୍ତ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

Spread the love