ଠକଙ୍କ ଟାର୍ଗେଟରେ ରାଜଧାନୀ

ଭୁବନେଶ୍ୱର:ଏପ୍ରିଲ ମାସରେ ଅନଲାଇନ ଠକେଇ ନେଇ ହୋଇଥିବା ଅଭିଯୋଗର ରିପୋର୍ଟ ଦେଇଛି ସାଇବର ହେଲ୍ପ ଡେସ୍କ । ହେଲ୍ପଲାଇନ ନମ୍ବର ଯୋଗେ ୩୧୩ଟି ଅଭିଯୋଗ ହୋଇଥିବା ବେଳେ କେବଳ ଭୁବନେଶ୍ୱରରୁ ୨୬୧ଟି ଅଭିଯୋଗ ଏବଂ  ଅନ୍ୟାନ୍ୟ  ଜିଲ୍ଲାରୁ ମାତ୍ର ୫୨ଟି ଅଭିଯୋଗ ଆସିଥିବା।ସେଥିମଧ୍ୟରୁ ରାଜଧାନୀରୁ ୧୧୪ଟି UPI ଫ୍ରଡ୍ ଓ ୭୪ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଫ୍ରଡ୍ ସମ୍ବନ୍ଧିତ ଅଭିଯୋଗ ହେଲ୍ପଡେସ୍କକୁ ଆସିଥିଲା ।ଗତ ଏପ୍ରିଲରେ ଭୁବନେଶ୍ୱରରେ ୭୬ଲକ୍ଷ ୫୫ହଜାର ୬୬୧ ଟଙ୍କାର ସାଇବର ଠକେଇ ଅଭିଯୋଗ ହୋଇଥିଲା। ସେଥିରୁ ୨ଟି ମାମଲା ଭୁବନେଶ୍ୱର ସାଇବର ଥାନା ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ ହୋଇଥିଲା ।ଅଭିଯୋଗକାରୀଙ୍କୁ ୯ଲକ୍ଷ ୬୯ ହଜାର ୫୬୩ ଫେରସ୍ତ କରାଯାଇଛଇି । ଏହାସହ ୧ଲକ୍ଷ ୩୧ ହଜାର ୫୬୬ ଟଙ୍କା ବ୍ଲକ କରାଯାଇଛି ।ଠକାମୀର ଶିକାର ହୋଇଥିବା ୩୨ ଜଣଙ୍କର ସମ୍ପୂର୍ଣ୍ଣ ଓ ଆଂଶିକ ଅର୍ଥରାଶି ଫେରସ୍ତ କରାଯାଇଛି । ଗତ ଏପ୍ରିଲରେ ସର୍ବାଧିକ ୧ଲକ୍ଷ ୧୮ହଜାର ୫୮୮, ୧ଲକ୍ଷ ଓ ୯୯ହଜାର ୮୭୯ଟଙ୍କା ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ହେଲ୍ପ ଡେସ୍କର ମିଳିତ ଉଦ୍ୟମରେ ଫେରସ୍ତ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

Spread the love