ସିଭିଲ୍‌ ଜଜ୍‌ ପରୀକ୍ଷାରେ କୃତକାର୍ଯ୍ୟ ପରିବା ବିକ୍ରେତାଙ୍କ ଝିଅ

ଇନ୍ଦୋର :ପଙ୍କରେ ପଙ୍କଜ ଫୁଟିଲା ପରି ଆଜିର ଗରିବ ଝିଅମାନେ ତାହା କରିଦେଖାଉଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଅଙ୍କିତା ନାମକ ଛାତ୍ରୀଙ୍କ ବାପା ପରିବା ବିକ୍ରେତା। ଅଙ୍କିତା ଚତୁର୍ଥ ଉଦ୍ୟମରେ ମଧ୍ୟପ୍ରଦେଶ ସିଭିଲ୍‌ ଜଜ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।ଇନ୍ଦୋରର ମୁସାଖେଦିରେ ଅଙ୍କିତାଙ୍କ ପିତାଙ୍କର ପରିବା ଦୋକାନ ରହିଛି । ସେ ତିନିଥର ଆଗରୁ ସିଭିଲ୍‌ ଜଜ୍‌ ପରୀକ୍ଷା ଦେଇଥିଲେ । ମାତ୍ର କୃତକାର୍ଯ୍ୟ ହୋଇ ନଥିଲେ । ତଥାପି ସେ ନିଜର ଆତ୍ମବିଶ୍ୱାସ ହାରି ନଥିଲେ । ଚତୁର୍ଥ ଥର ସେ ସଫଳ ହୋଇଥିଲେ। ଏଥିପାଇଁ ସେ ବେଶ୍‌ ଖୁସି ଅନୁଭବ କରୁଥିବା କଥା କହିଛନ୍ତି । ସେ ତାଙ୍କ ବାପାଙ୍କୁ ଅନେକ ସମୟରେ ସାହାଯ୍ୟ କରୁଥିବା କଥା କହିଛନ୍ତି ।ସେ ଜୀବନରେ ଡାକ୍ତର ହେବା ପାଇଁ ଇଚ୍ଛା କରିଥିଲେ । ମାତ୍ର ପାଠ ପଢା ପାଇଁ ଅଧିକ ଟଙ୍କ ଖର୍ଚ୍ଚ ହେଉଥିବାରୁ ସେ ସିଭିଲ୍‌ ଜଜ୍‌ ପାଇଁ ପଢା ପଢି ଆରମ୍ଭ କରିଥିଲେ । ଝିଅର ସଫଳତାରେ ବାପା ବେଶ୍‌ ଖୁସି। ସେ ତାଙ୍କ ଝିଅମାନଙ୍କୁ ପାଠ ପଢାଇବା ଉଚିତ୍‌ ବୋଲି କହିଛନ୍ତି ଅଙ୍କିତାଙ୍କ ବାପା ।

Spread the love