ଜେଟ୍ ଏୟାରୱେଜ୍‌ର ପରୀକ୍ଷାମୂଳକ ଉଡାଣ

ହାଇଦ୍ରାବାଦ : ଉଡାଣ କରିଛି ପରୀକ୍ଷାମୂଳକ ଜେଟ୍ ଏୟାରୱେଜର ବିମାନ ହାଇଦ୍ରାବାଦ ବିମାନ ବନ୍ଦରରୁ। ଡିଜିସିଏଙ୍କ ଲାଗି ବିମାନର ଏହି ଉଡାଣ କରାଯାଇଥିବା ବେଳେ ୯୦ ମିନିଟ୍ ଉଡାଣ କରି ବିମାନ ପୁଣି ହାଇଦ୍ରାବାଦ ବିମାନ ବନ୍ଦରରେ ଅବତରଣ କରିଛି।

ଏୟାରୱେଜ୍ ଟ୍ୱିଟ୍‌ରେ ଆଜି ଏହା ଆମମାନଙ୍କ ପାଇଁ ଏକ ଭାବନାତ୍ମକ ମୂହୁର୍ତ୍ତ ବୋଲି ଉଲ୍ଲେଖ କରିଛି। ଜେଟ୍ ଏୟାରୱେଜ୍ ସ୍ଥାପାନାର ୨୯ତମ ବାର୍ଷିକ  ଅବସରରେ ମେ ୫ ତାରିଖ ଦିନ ପୁଣି ବିମାନ ଆକାଶ ମାପିଛି। ଆମେ ଅନେକ ସମୟରୁ ଏହିଦିନଟିକୁ ଅପେକ୍ଷା କରିଥିଲୁ ଯାହା ଏବେ ସାକାର ହୋଇଛି ବୋଲି ଟ୍ୱିଟ୍‌ରେ ଲେଖିଛନ୍ତି।ଜେଟ୍ ଏୟାରୱେଜର ବିମାନ ହାଇଦ୍ରାବାଦ ଏୟାରପୋର୍ଟରୁ ଉଡିଥିଲା ଓ ୯୦ ମିନିଟ୍ ପରେ ପୁଣି ସେହିଠାରେ  ଲ୍ୟାଣ୍ଡିଂ କରିଛି। ଡିଜିସିଏଙ୍କୁ ଦେଖାଇବା ପାଇଁ ଏପରି ପରୀକ୍ଷାମୂଳକ ଉଡାଣ କରାଯାଇଥାଏ। ଉଡାଣ ଲାଗି ବିମାନର କଳକବଜା ଠିକ ଅଛି ଜଣାଇବାକୁ ଏହି ଉଡାଣ କରାଯାଇଥାଏ। ଏହି ଉଡାଣ ପରେ ମଧ୍ୟ ଜେଟ୍ ଏୟାର ୱେଜ୍‌କୁ ଆହୁରି  ଉଡାଣ କରିବାକୁ ପଡିବ। ଏହା ପରେ ବିମାନ କମ୍ପାନୀଙ୍କୁ ଏୟାର ଅପରେଟର ସାର୍ଟିଫିକେଟ୍ ମିଳିବ।ଜେଟ୍ ଏୟାରୱେଜ ଏପ୍ରିଲ ୨୦୧୯ରୁ ସଞ୍ଚାଳନ ବନ୍ଦ କରିଦେଇଛି। ନରେଶ ଗୋୟଲ ଏହି ବିମାନ କମ୍ପାନୀର ସ୍ଥାପନା କରିଥିଲେ। ୧୯୯୩ ମସିହାରେ ଜେଟ ଏୟାରୱେଜ୍ ବିମାନ ପ୍ରଥମ ବାଣିଜ୍ୟିକ ଉଡାଣ କରିଥିଲା। ଗୁରୁତର ଋଣ ସଂକଟର ସମ୍ମୁଖୀନ ହେବା ଯୋଗୁ ଏନସିଏଲଟିଙ୍କ ଆଦେଶରେ କମ୍ପାନୀକୁ ଦେବାଳିଆ ପ୍ରକ୍ରିୟା ଦେଇ ଯିବାକୁ ହୋଇଥିଲା। ଏହା ପରେ ବିମାନ କମ୍ପାନୀକୁ ବ୍ରିଟେନସ୍ଥିତ ଜାଲାନ କେଲରକ୍ କନସର୍ଟିୟମ ଅଧିଗ୍ରହଣ କରିଛି। ଏହି କନସର୍ଟିୟମ ବିମାନ କମ୍ପାନୀରେ ୧୮ କୋଟି ଡଲାର ନିବେଶ କରିବେ।

Spread the love