ଟ୍ରେନ୍‌ରେ କଟି ଯୁବକ ମୃତ, ପରିଚୟ ଖୋଜୁଛି ପୋଲିସ

ଜଳେଶ୍ୱର ୦୭।୦୫: ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଳଷ୍ଟେସନ ନିକଟରେ ଘଟିଛି ଏପରି ଘଟଣା । ଏବେ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଜଳେଶ୍ୱର ରେଳଷ୍ଟେସନ ନିକଟରେ ଜଣେ ଯୁବକ ଟ୍ରେନ୍‌ କଟି ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଶରୀରରୁ ମୁଣ୍ଡ ସଂପୂର୍ଣ୍ଣ ଅଲଗା ହୋଇଯାଇଥିବାରୁ , ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି । ଏବେ ଯାଏଁ ଯୁବକଙ୍କ କୌଣସି ପରିଚୟ ମିଳିପାରିନାହିଁ । ସେପଟେ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Spread the love