ପ୍ରଥମ ଭାରତୀୟ କମ୍ପାନୀ ଭାବେ ଆୟ କଲା ୧୦୦ ଅରବ ଡଲାର:ରିଲାଏନ୍ସର

ନୂଆଦିଲ୍ଲୀ : ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଗତକାଲି ଅଏଲ ରିଫାଇନିଂ ମାର୍ଜିନ, ଦୂରସଂଚାର ଓ ଡିଜିଟାଲ ସେବାରେ ସ୍ଥିର ବୃଦ୍ଧି ଓ ଖୁଚୁରା କାରବାରରେ ମଜବୁତ ସ୍ଥିତି ପାଇଁ କମ୍ପାନୀର ମାର୍ଚ୍ଚ ତ୍ରୈମାସିକରେ ଆୟ ୨୨.୫ ପ୍ରତିଶତ ବୃଦ୍ଧି ପାଇଛି । ଏହାସହ ଭାରତର ପ୍ରଥମ କମ୍ପାନୀ ଭାବେ ୧୦୦ ଅରବ ଡଲାରର ଆୟ ହାସଲ କରିଛି କମ୍ପାନୀ।

ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ୍ ପ୍ରଫିଟ୍ ୬୦,୭୦୫ କୋଟିରେ ପହଁଚିଛି । ଏହି କାରଣରୁ କମ୍ପାନୀର ଆୟ ବୃଦ୍ଧି ପାଇ ୭.୯୨ ଲକ୍ଷ କୋଟି ବା ୧୦୨ ଅରବ ଡଲାରରେ ପହଁଚି ଯାଇଛି । ୧୦୦ ଅରବ ଡଲାରରୁ ଅଧିକ ଆୟ ହାସଲ କରିଥିବା ତାଲିକାରେ ରିଲାଏନ୍ସ ପ୍ରଥମ ଭାରତୀୟ କମ୍ପାନୀ ହୋଇପାରିଛି । ଯାହା ପୂର୍ବରୁ କେବେ ହୋଇନଥିଲା ।ରିଲାଏନ୍ସର କହିବାନୁସାରେ, ତୈଳ ଦାମ ବୃଦ୍ଧି ସତ୍ତ୍ୱେ କମ୍ପାନୀ ଭଲ ଲାଭ କରିଛି ।

କମ୍ପାନୀର ବୋର୍ଡ ଏହି ମାଇଲ ଖୁଣ୍ଟ ହାସଲ କରିବା ପରେ ଡେଭିଡେଣ୍ଟ୍ ବାଣ୍ଟିବା ପାଇଁ ଇଶାରା ଦେଇଛି । ମାର୍ଚ୍ଚ ୩୧ରେ ସରିଥିବା ଆର୍ଥିକ ବର୍ଷ ପାଇଁ ଇକ୍ୟୁଟି ସେୟାର ପିଛା ୮ ଟଙ୍କା ଲାଭ ରଖିବାକୁ କମ୍ପାନୀ ସୁପାରିଶ କରିଛି । ଡେଭିଡେଣ୍ଡ ବାବଦରେ ଆସନ୍ତା ବର୍ଷ କମ୍ପାନୀର ସାଧାରଣ ବୈଠକରେ କିଛି ବଡ ଘୋଷଣା ହୋଇପାରେ।

Spread the love