ଆର୍ଥିକ ସମସ୍ୟା ଦୂର କରିଥାଏ ତୁଳସୀ ବୃକ୍ଷ

ହିନ୍ଦୁ ଧର୍ମରେ ତୁଳସୀ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, ପୂଜନୀୟ ଏବଂ ପବିତ୍ର ହୋଇଥାଏ।ତୁଳସୀ ବୃକ୍ଷରେ ଅନେକ ଔଷଧୀୟ ଗୁଣ ଅଛି।ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଘରର ଅଗଣାରେ ତୁଳସୀ ବୃକ୍ଷ ଲଗାଇଥାାନ୍ତି । ଭଗବାନ ବିଷ୍ଣୁଙ୍କର ଏହା ଅତ୍ୟନ୍ତ ପ୍ରିୟ। ତୁଳସୀ ବିନା ଭଗବାନଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି କୁହାଯାଇଥାଏ। ଭଗବାନଙ୍କ ଭୋଗରେ ତୁଳସୀ ନିଶ୍ଚିତ ଅର୍ପଣ କରାଯାଇଥାଏ।
ତୁଳସୀ ବୃକ୍ଷ ଅଗଣାରେ ଲଗାଇବା ଦ୍ୱାରା ଘରେ ସୁଖସମୃଦ୍ଧି ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ତୁଳସୀଙ୍କ ସହ ଜଡିତ କିଛି ଉପାୟ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।ଯଥା –

ଯେକୌଣସି ପ୍ରକାର ରୋଗ ତଥା ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ଭାବେ ତୁଳସୀଙ୍କ ନିକଟରେ ଜଳ ଅର୍ପଣ କରନ୍ତୁ। ଏହାସହ ମନ୍ତ୍ର ମଧ୍ୟ ଜପ କରନ୍ତୁ।

ଏକ ହଳଦିଆ ରେଶମୀ ସୂତାକୁ ବ୍ୟବହାର କରି ଏଥିରେ ୧୦୮ ଗଣ୍ଠି କରି ତୁଳସୀଙ୍କ ନିକଟରେ ବାନ୍ଧନ୍ତୁ। ଏହାଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ।

ନକରାତ୍ମକ ଶକ୍ତି ଦୂର ପାଇଁ ରାତିରେ ଶୋଇବା ପୂର୍ବରୁ ୫ଟି ତୁଳସୀ ପତ୍ର ନିଜ ତକିଆ ତଳେ ରଖନ୍ତୁ। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।

ଆର୍ଥିକ ସମସ୍ୟା ଦୂର ପାଇଁ ସକାଳ ସମୟରେ ଚାରଟି ତୁଳସୀପତ୍ରକୁ ତୋଳି ଏହାକୁ ଏକ ପିତ୍ତଳର ପାତ୍ରରେ ପାଣିରେ ରଖି ୨୪ ଘଣ୍ଟା ରଖନ୍ତୁ। ଏହି ପାଣିକୁ ଘରର କୋଣ ମାନଙ୍କରେ ଛିଞ୍ଚିକରି ପକାନ୍ତୁ। ମୁଖ୍ୟଦ୍ୱାରରେ ମଧ୍ୟ ଛିଞ୍ଚନ୍ତୁ। ମାତ୍ର ପାଦରେ ଯେପରି ନଲାଗେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।

Spread the love