ରାଧାରାଣୀ ପଣ୍ଡା ହେଲେ ବ୍ରଜରାଜନଗରର ବିଜେପି ପ୍ରାର୍ଥୀ

ଭୁବନେଶ୍ୱର ୦୮।୦୫ : ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା ହୋଇଛି । ବ୍ରଜରାଜନଗରର ପୂର୍ବତନ ବିଧାୟିକା ଥିଲେ ରାଧାରାଣୀ ପଣ୍ଡା ।

ଖବର ଅନୁଯାୟୀ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନରୁ କିଏ ହେବ ପ୍ରାର୍ଥୀ । ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା । ବିଜେଡିରୁ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ଏବେ ବିଜେପିରେ ମଧ୍ୟ ଅନେକ ନାମ ଚର୍ଚ୍ଚା ହେଉଥିଲା । ଶେଷରେ ସବୁ କଳ୍ପନା ଜଳ୍ପନାରେ ଅନ୍ତ ହୋଇଛି । ପୂର୍ବତନ ବିଧାୟିକା ତଥା ବିଜେପିରେ ଜଣାଶୁଣା ମହିଳା ନେତ୍ରୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା କରିଛି ଦଳ । ଚଳିତ ଉପନିର୍ବାଚନରେ ରାଧାରାଣୀ ପଣ୍ଡା ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୧୪ ନିର୍ବାଚନରେ ରାଧାରାଣୀ ପଣ୍ଡା ବିଜେପି ପକ୍ଷରୁ ନିର୍ବାଚନ ଲଢି ବ୍ରଜରାଜନଗର ଆସନରୁ ବିଜୟୀ ହୋଇଥିଲେ । ଏହାପରେ ୨୦୧୯ରେ ମଧ୍ୟ ନିର୍ବାଚନ ଲଢିଥିଲେ । କିନ୍ତୁ ଏଥର ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ଏବେ ପୁଣି ଥରେ ସେହି ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ରାଧାରାଣୀ ପଣ୍ଡା ।

Spread the love