କରୋନା ପ୍ରକୋପ: ଏବେ ସାଂଘାଇ ଭଳି ବେଜିଂରେ ହୋଇପାରେ ଲକଡାଉନ

ବେଜିଂ ୮।୫:  ବିଶ୍ୱରେ ପୁଣି ପ୍ରକୋପ କରୁଛି କରୋନା ଭାଇରସ ମହାମାରୀ। ଏହାକୁ ଜନ୍ମ ଦେଇଥିବା ଦେଶ ଚୀନ୍‌ ମଧ୍ୟ ଭୂତାଣୁ ପ୍ରକୋପରୁ ମୁକ୍ତ ନୁହେଁ। ଏଣୁ ଚୀନର ଅଲା ଅଲଗା ସହରରେ କରୋନାକୁ ନେଇ ପୃଥକ ପୃଥକ କଟକଣା ଅବଲମ୍ବନ କରାଯାଉଛି। ସାଂଘାଇ ଲକଡାଉନ ପରେ ଚୀନ୍‌ ସରକାର କରୋନାକୁ ନେଇ କଡା ନୀତି ଅବଲମ୍ବନ କରୁଛନ୍ତି। ଏଣୁ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ କରୋନା ଯାଞ୍ଚ ଆରମ୍ଭ କରିଦିଆଯାଇଛି।  ଏଥିରେ ବେଜିଂରୁ ମିଳୁଥିବା ତଥ୍ୟ ବାସ୍ତବିକ୍ ଡରାଇବା ଭଳି।

 ସରକାର ଏବେ ପରୀକ୍ଷଣ କଡାକଡି କରିଥିବା ବେଳେ ଲୋକେ  ଘଣ୍ଟାଘଣ୍ଟା ଧାଡିରେ ଛିଡା ହୋଇ ନିଜର ପରୀକ୍ଷଣ କରାଉଛନ୍ତି। ଯଦି ରାଜଧାନୀ ବେଜିଂରେ କରୋନାର ପ୍ରାଦୁର୍ଭାବ ବଢିଲା ତେବେ ସରକାର ସାଂଘାଇ ପରି ଏଠାରେ ମଧ୍ୟ ଲକଡାଉନ ଲଗାଇବାକୁ ବାଧ୍ୟ ହେବେ ବୋଲି ରାଷ୍ଟ୍ରପତି କହିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଚୀନ ସରକାର ଏବେ ଜିରୋ କୋଭିଡ ନୀତିରେ କାମ କରୁଛନ୍ତି। ଖାସ ଏହି ନୀତି ଲାଗି ସାଂଘାଇରେ ଲୋକେ ସରକାର ଓ ପ୍ରଶାସନ ଉପରେ ଏବେ କ୍ଷୁବ୍ଧ।

ଗତ କିଛି ଦିନ ହେଲା ସାଂଘାଇରେ ଲକଡାଉନ ଜାରି ରହିଛି। ଲୋକେ ଯେପରି ଘରୁ ପଦାକୁ ବାହାରି ନ ପାରନ୍ତି ସେଥିଲାଗି ସେମାନଙ୍କ ଘର ବାହାରେ ଉଚ୍ଚା ଉଚ୍ଚା ବାଡ ଲଗାଇ ଦିଆଯାଇଛି। ଲୋକେ ଏହାକୁ ନେଇ ସୋସିଆଲ ମିଡିଆରେ ସରକାର ଓ ପ୍ରଶାସନ ଉପରେ ନିଜର ରୋଷ ଝାଡୁଛନ୍ତି। କରୋନା ମହମାରୀ ଯୋଗୁ ଜାରି ଲକଡାଉନରେ ଲୋକଙ୍କ ଅବସ୍ଥା ଦୟନିୟ ହୋଇପଡିଲାଣି। ସାଂଘାଇରେ ଗତ ୪ ସପ୍ତାହ ହେଲା କଟକଣା ଜାରି ରହିଛି। ଲୋକେ ଏଥିରେ ଏତେ ବ୍ୟତିବ୍ୟସ୍ତ ହୋଇପଡିଲେଣି ଯେ ସରକାରଙ୍କୁ ସେମାନଙ୍କର ପୁରୁଣା ଦିନ ଫେରାଇ ଦେବାକୁ ନିବେଦନ କରୁଛନ୍ତି।

Spread the love