ONGC ରେ ଖାଲି ପଡ଼ିଛି ପଦବୀ

ମୁମ୍ବାଇ: ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ(ONGC)ରେ ଚାକିରିରେ ବିଭିନ୍ନ ପଦବୀ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି। ତେଣୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଓଏନଜିସିର ଅଧିକାରକ ୱେବସାଇଟକୁ ଯାଇ ongcindia.comରେ ଆବେଦନ କରିପାରିବେ।

ପଦବୀ ଆବେଦନ ପାଇଁ ଜରୁରୀ ତାରିଖ:

ଆବେଦନ କରିବାର ତାରିଖ ୨୭ ଏପ୍ରିଲରୁ ଆରମ୍ଭ ହୋଇ ୧୫ ମଇ ୨୦୨୨କୁ ଶେଷ ହେବ।

ପଦବୀ ବିବରଣୀ: ୩୬୧୪

ମୁମ୍ବାଇ ସେକ୍ଟର: ୩୦୫ଟି ପଦବୀ,ଉତ୍ତର ସେକ୍ଟର: ୨୦୯ଟି ପଦବୀ,ପଶ୍ଚିମ ସେକ୍ଟର: ୧୪୩୪ଟି ପଦବୀ,ପୂର୍ବ ସେକ୍ଟର: ୭୪୪ଟି ପଦବୀ,ଦକ୍ଷିଣ ସେକ୍ଟର: ୬୯୪ଟି ପଦବୀ ଓ
କେନ୍ଦ୍ରୀୟ ସେକ୍ଟର: ୨୨୮ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା:

  • ଟ୍ରେଡ୍‌ ଆପାରଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ କିମ୍ବା ଆଇଟିଆଇ ପାସ୍‌ କରିଥିବା ଜରୁରୀ।
  • ଗ୍ରାଜୁଏଟ ଆପାରଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ କମର୍ସ, ସାଇନ୍ସ କିମ୍ବା ବିଜନେସ ମ୍ୟାନେଜମେଣ୍ଟରେ ଗ୍ରାଜୁଏସନ କରିଥିବା ଜରୁରୀ ।
  • ଡିପ୍ଲୋମା ଆପାରଣ୍ଟିସ ପାଇଁ ସମ୍ବନ୍ଧିତ ଟ୍ରେଡରେ ଡିପ୍ଲୋମା କରିଥିବା ଜରୁରୀ।

ବୟସ ସୀମା:

ଆବେଦନକାରୀଙ୍କ ବୟସ ସୀମା : ୧୮ରୁ ୨୪ ବର୍ଷ ହେବା ଜରୁରୀ।

Spread the love