୨୦୨୪ ସୁଦ୍ଧା ଇ-ଜନଗଣନା : ଅମିତ ଶାହା

ନୂଆଦିଲ୍ଲୀ :ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବାସ୍ତବ ୧୦୦ ପ୍ରତିଶତ ସଠିକ୍ ଜନସଂଖ୍ୟା ଜଣାପଡିବା ପାାଇଁ ଦେଶରେ ଆଗାମୀ ୨୦୨୪ ମସିହା ସୁଦ୍ଧା ହେବ ଇ-ଜନଗଣନା। ଏହାଦ୍ବାରା ପ୍ରତି ୧୦ ବର୍ଷରେ କରାଯାଉଥିବା ଜନଗଣନା ଆଉ କରିବାକୁ ପଡିବନି। ଏପରିକି ଏବାବଦରେ ହେଉଥିବା ପ୍ରଭୂତ ଅର୍ଥ ବ୍ୟୟକୁ ମଧ୍ୟ ରୋକାଯାଇପାରିବ। ଗୋଟିଏ ଗୋଟିଏ ବ୍ୟକ୍ତି ଏକାଧିକ ସ୍ଥାନରେ ରହି ହାତଉଥିବା ସରକାରୀ ଯୋଜନାର ଲାଭ ଏବଂ ମତଦାନ ଏହାଦ୍ବାରା ବନ୍ଦ ହୋଇପାରିବ। ଏପରିକି ଏହା ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି)କୁ କାର୍ଯ୍ୟକାରୀ କରିବା ଲାଗି ଅଧିକ ପଥ ପରିଷ୍କାର କରିବ। ଦେଶର ବାସ୍ତବ ଜନସଂଖ୍ୟାର ସଠିକ୍ ତଥ୍ୟ ମିଳିବା ଦ୍ବାରା କେନ୍ଦ୍ର ସରକାର ଏହାକୁ ଦୃଷ୍ଟିରେ ରଖି ବିବିଧ କଲ୍ୟାଣକାରୀ ଯୋଜନା କରିପାରିବେ।ଆଗାମୀ ୨୫ ବର୍ଷ ପାଇଁ ଦେଶର ବିକାଶମୂଳକ ଯୋଜନା ପ୍ରସ୍ତୁତ କରାଯିବ।ଗତକାଲି ଆସାମର ଗୌହାଟି ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜନଗଣନା ପରିବର୍ତ୍ତେ‌େ‌ ଇ-ଜନଗଣନା କରାଯିବ ବୋଲି ବଡ଼ ଘୋଷଣା କରିଛନ୍ତି। ଅମ୍ବିଗାଓଁରେ ଜନଗଣନା କେନ୍ଦ୍ର ଉଦ୍‌ଘାଟନ ଅବସରରେ ଗୃହମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଦେଶରେ ଇ-ଜନଗଣନା ହେବ। ଏହା ହେବା ଦ୍ୱାରା ୧୦୦ ପ୍ରତିଶତ ସଠିକ ଜନସଂଖ୍ୟା ଜଣାପଡିବ।
ଜନଗଣନାକୁ ସଠିକ କରିବା ପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଦକ୍ଷେପ ନେଉଛି। ଦେଶର ବିକାଶରେ ବିକାଶମୂଳକ ଯୋଜନା ତ୍ୱରାନ୍ୱିତ କରିବା ପାଇଁ ଜନଗଣନାର ଅନେକ ଗୁରୁତ୍ୱ ରଖୁଛିି। ଯେଉଁ ଇ- ଜନଗଣନା ହେବ ସେହି ଆଧାରରେ ଆଗାମୀ ୨୫ ବର୍ଷ ପାଇଁ ଦେଶର ବିକାଶର ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯିବ।

Spread the love