ସେବାକୁ ସମ୍ମାନ : ସେନାଧ୍ୟକ୍ଷ ମନୋଜ ପାଣ୍ଡେଙ୍କୁ ବିଶିଷ୍ଟ ସେବା ପଦକରେ ସମ୍ମାନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ ୧୦/୦୫ :  ଭାରତୀୟ ସ୍ଥଳ ସେନା ପ୍ରମୁଖ ଜେନେରାଲ ମନୋଜ ପାଣ୍ଡେଙ୍କୁ ମଙ୍ଗଳବାର ପରମ ବିଶିଷ୍ଟ ସେବା ପଦକରେ ସମ୍ମାନୀତ କରାଯାଇଛି। ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପଦକରେ  ପ୍ରଦାନ କରିଛନ୍ତି । ସୂଚନାଥାଉକି, ଜେନେରାଲ ମନୋଜ ପାଣ୍ଡେ ୨୦୨୨ ଏପ୍ରିଲ ୩୦ରେ ଭାରତୀୟ ସ୍ଥଳ ସେନାର ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପାଣ୍ଡେ ଭାରତର ୨୯ତମ ସେନାଧ୍ୟକ୍ଷ ଭାବେ ଏବେ ତାଙ୍କର ଦାୟିତ୍ୱ ତୁଲାଇଛନ୍ତି।

ପାଣ୍ଡେଙ୍କ ବ୍ୟତିତ ଅବସର ପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲ୍ଲୋଙ୍କୁ ବି ରାଷ୍ଟ୍ରପତି କୋବିନ୍ଦ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନୀତ କରିଛନ୍ତି।

ସେନାର ୧୪ କର୍ପସ୍‌ର ପୂର୍ବତନ କମାଣ୍ଡର ଓ ବର୍ତ୍ତମାନର ସେନା ସଚିବ ଗୋଫାଳ କୃଷ୍ଣନଙ୍କୁ ମଧ୍ୟ ରାଷ୍ଟ୍ରପତି ଉତ୍ତମ ଯୁଦ୍ଧସେବା ପଦକରେ ସମ୍ମାନୀତ କରିଛନ୍ତି। ପୂର୍ବ ଲଦାଖ୍‌ର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ରେ ସଂଘର୍ଷ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅସୀମ ସାହସ ପାଇଁ ତାଙ୍କୁ ଏହି ପଦକ ଦିଆଯାଇଛି।

୧୮ ମଦ୍ରାସ୍‌ ରେଜିମେଣ୍ଟ୍‌ର କ୍ୟାପ୍ଟେନ ଆଶୁତୋଷ କୁମାରଙ୍କ ବାପା-ମାଙ୍କୁ ରାଷ୍ଟ୍ରପତି ଶୌର୍ଯ୍ୟଚକ୍ରରେ ସମ୍ମାନୀତ କରିଛନ୍ତି। ଭାରତୀୟ ସେନାରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଶୁତୋଷଙ୍କୁ ଏହି ଶୌର୍ଯ୍ୟଚକ୍ର ସମ୍ମାନରେ ପୁରସ୍କୃତ କରାଯାଇଛି।   

Spread the love