ଦର୍ଶକଙ୍କ ପ୍ରଶ୍ନ କେବେ ପରଦାରେ ସମ୍ବିତ-ଭୂମିକା ଯୋଡ଼ିକୁ ଦେଖିବାକୁ ପାଇବେ

ଭୁବନେଶ୍ବର: ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ରଖିଥିବା ଭୂମିକା ଏବେ ନାୟିକା ଓଲିଉଡରେ ନିଜ ପାଇଁ ସ୍ଥାନ ତିଆରି କରି ସାରିଛନ୍ତି ଏବଂ ପ୍ରଥମ ଥର ପାଇଁ ଫିଲ୍ମ ‘ତୁ ମୋ ଲଭ୍ ଷ୍ଟୋରି’ରେ ପ୍ରଥମେ ନାୟିକା ଭାବରେ ନଜର ଆସିଥିବା ଭୂମିକାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏହା ପରେ ସେ ନଜର ଆସିଥିଲେ ବାବୁସାନଙ୍କ ସହ ଫିଲ୍ମ ‘ହିରୋ ନମ୍ବର ଓ୍ଵାନ’ରେ । ତାପରେ ସେ ଆଉ ପଛକୁ ଫେରିଚାହିଁ ନାହାନ୍ତି। ପରେ ପରେ ଭୂମିକା ନଜର ଆସିଥିଲେ ଶ୍ରୀମାନ ସୁରଦାସ, ନାୟକର ନାଆଁ ଦେବଦାସ, ତୁ ମୋ ଲଭ୍ ଷ୍ଟୋରି-୨, ମନ ମୋ ନେଇଗଲୁରେ ଏବଂ ଚକ୍ଷୁବନ୍ଧନ ଆଦିରେ। ସେ ବାବୁସାନ୍, ସ୍ବରାଜ, ଜ୍ୟୋତି, ରାକେଶ ଓ ଅସିତ ଆଦି ନାୟକଙ୍କ ସହ ଅଭିନୟ କରିସାରିଲେଣି।ଏଣେ ସମ୍ବିତ ଓଲିଉଡର ଜଣେ ବ୍ୟସ୍ତ ନାୟକ। ତାଙ୍କ ହାତରେ ଏବେ ରହିଛି ବେଶ କେତୋଟି ଓଡ଼ିଆ ସିନେମା। ସେ ପ୍ରେମ୍ ୱେଡ୍ସ ପ୍ରିୟା’ ସିନେମାରୁ ଓଲିଉଡରେ ହିରୋଭାବେ ଡେବ୍ୟୁ କରିଥିଲେ। ଏହାପରେ ସେ ନିୟମିତ ଭାବେ ସିନେମାରେ ଅଭିନୟ କରି ଆସୁଛନ୍ତି। ସେ ଝିଲିକ୍, ରୀୟା, ପୁନମ୍, ସସ୍ମିତା ଓ ତମନ୍ନାଙ୍କ ଭଳି ଜଣାଶୁଣା ନାୟିକାଙ୍କ ସହ କାମ କରିଛନ୍ତି।ତେବେ ଓଲିଉଡର ଏହି ଦୁଇ କଳାକାର ଏଯାଏ ଏକାଠି କାମ କରି ନାହାନ୍ତି। କେବେ ଦର୍ଶକ ବଡ଼ ପରଦାରେ ସମ୍ବିତ-ଭୂମିକା ଯୋଡ଼ିକୁ ଦେଖିବାକୁ ପାଇବେ, ତାହା ଉପରେ ରହିଛି ସିନେପ୍ରେମୀଙ୍କ ନଜର ଏବଂ ପ୍ରଶ୍ନ।

Spread the love