ମଧ୍ୟପ୍ରଦେଶର ଷ୍ଟାର୍ଟ ଅପ୍ ନୀତିର ଶୁଭାରମ୍ଭ କରିବେ ମୋଦୀ
ଡେସ୍କ: ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଅନୁଷ୍ଠିତ ହେଉଥିବା ଷ୍ଟାର୍ଟ ଅପ୍ ସମ୍ମିଳନୀରେ ଆଜି ଭିଡ଼ିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ। ଏହି ସମ୍ମିଳନୀରେ ସରକାରଙ୍କ ତରଫରୁ ଏବଂ ବେସରକାରୀ କ୍ଷେତ୍ରର ଷ୍ଟାର୍ଟ ଅପ୍ ଇକୋ ବ୍ୟବସ୍ଥା ନୀତି ନିର୍ଦ୍ଧାରକମାନେ ଉଦ୍ୟୋଗପତି, ଶିକ୍ଷାବିତ୍, ପୁଞ୍ଜିନିବେଶକାରୀ, ପ୍ରଶିକ୍ଷକ ଓ ଅନ୍ୟ ଭାଗିଦାରୀମାନେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ନୀତି ନିର୍ଦ୍ଧାରକମାନେ ନୂଆ ଷ୍ଟାର୍ଟ ଅପ୍ କମ୍ପାନୀ ଖୋଲୁଥିବା ବ୍ୟକ୍ତିମାନଙ୍କୁ ମାର୍ଗଦର୍ଶନ କରିବେ ଏବଂ ବିଭିନ୍ନ ପାଣ୍ଠି ସଂଗ୍ରହ ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ କରାଇବେ। ଏହି ଅବସରରେ ପୁଞ୍ଜିନିବେଶକାରୀମାନଙ୍କ ସହ ଷ୍ଟାର୍ଟ ଅପ୍ କମ୍ପାନୀଗୁଡ଼ିକ ସହଭାଗିତା କରିବା ପାଇଁ ସୁଯୋଗ ପାଇବେ ଏବଂ ରାଜ୍ୟରେ ଷ୍ଟାର୍ଟ ଅପ୍ ଇକୋ ବ୍ୟବସ୍ଥାର ବିକାଶ ପାଇଁ ସେମାନେ ପଦକ୍ଷେପ ନେଇପାରିବେ ବୋଲି ଆଶା କରାଯାଉଛି।