ଆସିକା ପୂର୍ବତନ ବିଧାୟକ ନିଖୋଜ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିର୍ବାଚନ ମଣ୍ଡଳୀ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ । ୧୨ ତାରିଖ ଠାରୁ ନିଖୋଜ ନେଇ ପୁଅ ଥାନାରେ ଏତଲା ଦେଇଛନ୍ତି। ଗତକାଲି ସକାଳ ସାଢ଼େ ୮ଟାରେ ଘରୁ ଯାଇ ସରୋଜ ଫେରିନାହାନ୍ତି ।

ସୂଚନା ଅନୁଯାୟୀ, ଗତକାଲି ସରୋଜ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ଘରକୁ ଯାଇଥିଲେ। ହେଲେ ସେ ଏ ପର୍ଯ୍ୟନ୍ତ ଫେରିନାହାନ୍ତି। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା। ଶେଷରେ ପୁଅ ଥାନାରେ ଏତଲା ଦେଇଛନ୍ତି। ୨୦୦୪ରେ କଂଗ୍ରେସ ଟିକେଟରେ ଆସିକାରୁ ଜିତିଥିଲେ ସରୋଜ।

Spread the love