ପୋଖରୀ ଖନନ ବେଳେ ମାଟି ତଳୁ ବାହାରୁଛି ରତ୍ନ ପଥର

ବୌଦ୍ଧ: ଆଶ୍ଚର୍ଯ୍ୟର କଥା , ମାଟି ତଳୁ ବାହାରୁଛି ପୁଳା ପୁଳା ରତ୍ନ ପଥର।  ପୋଖରୀ ଖନନ ବେଳେ ମିଳୁଛି କେଜି କେଜି ରତ୍ନ ପଥର । ରତ୍ନ ପଥର ସବୁ ବୋହି  ନେବା ପାଇଁ ଲାଗିଛି ଲୋକଙ୍କ ପ୍ରବଳ ଭିଡ। ଏହା ହେଉଛି ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ଶଗଡା ପଂଚାୟତର ସରଧାପାଲି ଗ୍ରାମର ଘଟଣା ।

ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ପକ୍ଷରୁ ଶରଧାପାଲି ଗ୍ରାମରେ ମନରେଗା ଯୋଜନାରେ ବନ୍ଧ ଖନନ ହେଉଥିବା ସମୟରେ ଶ୍ରମିକ ମାନେ ବିଭିନ୍ନ ପ୍ରକାରର ରତ୍ନ ପଥର ଦେଖିବାକୁ ପାଇଥିଲେ। ଏହି ଘଟଣା ଚାରି ଆଡେ ପ୍ରଚାର ହେବା ପରେ ଶହଶହ ଲୋକ ସେଠାକୁ ଯାଇ ମାଟି ଖୋଲିବାରେ ଲାଗି ପଡିଛନ୍ତି । ସେଠାରେ ପ୍ରବଳ ଭିଡ ଲାଗିରହିଛି। ଅନେକ ଲୋକ ବିଭିନ୍ନ ପ୍ରକାରର ରତ୍ନ ପଥର ପାଇ ଲକ୍ଷାଧିକ ଟଙ୍କାରେ ବିକ୍ରିକରି ଲାଭବାନ ହୋଇଥିବା ଖବର ମିଳିଛି। ଉକ୍ତ ସ୍ଥାନକୁ କେତେକ ବ୍ୟକ୍ତି ନିଜ କବ୍‌ଜାରେ ରଖି କେବଳ ନିଜ ବିଶ୍ୱସ୍ଥ ଲୋକଙ୍କୁ ସେଠାକୁ ଛାଡୁଥିବା ଜାଣିବାକୁ ମିଳିଛି। ଦୁଇଦିନ ହେବ ସେଠାରେ ଉକ୍ତ ରତ୍ନ ପଥର ପାଇଁ ଭିଡ଼ ଲାଗିଥିବାବେଳେ ଅଦ୍ୟାବଧି ପୁଲିସ କିମ୍ବା ପ୍ରଶାସନ ସେଠାକୁ ଯାଇ ନ ଥିବା ବେଳେ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ପ୍ରଶାସନ ତୁରନ୍ତ ସେଠାକୁ ପହଂଚି ଏହାର ତଦନ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Spread the love