ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ମାମଲା ହାଇକୋର୍ଟରେ ଥିବାରୁ କାମ ବନ୍ଦ ରହୁ-INTACH

ଭୁବନେଶ୍ୱର ୧୪।୦୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚାଲିଥିବା ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା INTACH । ଶ୍ରୀମନ୍ଦିର ୧୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ହେଲେ ମେଘନାଦ ପଚେରୀ ଉପରେ ପ୍ରଭାବ ପଡିବ। ମେଘନାଦ ପାଚେରୀକୁ ଲାଗିକି ଖନନ ହେଉଥିବାରୁ ଏହାର ପ୍ରଭାବ ରହିବ ବୋଲି ଏଏସଆଇ ଇମ୍ପାକ୍ଟ ଆସେସମେଣ୍ଟ ରିପୋର୍ଟରେ କହିଛି ବୋଲି କହିଛନ୍ତି INTACHର ଓଡିଶା ଚ୍ୟାପ୍ଟର ଆବାହକ ଏବି ତ୍ରିପାଠୀ ସୂଚନା ଦେଇଛନ୍ତି ।

ସେହିପରି ପ୍ରକଳ୍ପ ଆରମ୍ଭରୁ  ଆମସର ଆକ୍ଟର ଉଲଂଘନ ହୋଇଛି । ଏଏସଆଇ ମଧ୍ୟ କିଛି କହିଲେନି। ତାହାର ଫାଇଦା ରାଜ୍ୟ ସରକାର ନେଲେ। ଗଜପତି ମହାରାଜ ବି ସମର୍ଥନ କଲେ, କିଛି କହିଲେନି।  ଏହା ପରେ ପୁରୀରେ ନିର୍ମାଣ  କାର୍ଯ୍ୟ ଆରମ୍ଭ ହୋଇଛି। ପରିକ୍ରମା ପ୍ରକଳ୍ପ ଅନୁଯାୟୀ ୧୦୦ ମିଟର ମଧ୍ୟରେ  ଶୌଚାଳୟ କରି ପାରିବେ ବୋଲି ଏଏସଆଇ ଡିଜି କହିଛନ୍ତି। କିନ୍ତୁ  ରିସେପସନ ସେଣ୍ଟର ଓ ଅନ୍ୟ ସୁବିଧା ପାଇ  କଂଷ୍ଟ୍ରକ୍ସନ କରି ପାରିବେନି। ଏହା ଶ୍ରୀମନ୍ଦିର ପ୍ରତି ବିପଦ। ୧୦୦ ମିଟର ପ୍ରୋହିବିଟେଡ଼ ଅଞ୍ଚଳ ଓ ୨୦୦ ମିଟର ପ୍ରୋଟେକଟେଡ଼  ଅଞ୍ଚଳ। ସରକାର ଏଏସଆଇ ସହ କଥା ହୋଇ ଡିଜିଙ୍କ ଅନୁମତି ନେଇ କରିପାରିବେ।  ହାଇକୋର୍ଟ ରାୟ ନଆସିବା ପର୍ଯ୍ୟନ୍ତ ନିର୍ମାଣ କାମ ସ୍ଥଗିତ ରଖିବାକୁ  ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛି INTACH ।  କାରଣ ଏଏସଆଇ ୧୦୦ ମିଟର ପରିସର ମଧ୍ୟରେ କେବକ ଶୌଚାଳୟ ପାଇଁ ଅନୁମତି ଦେବ। ଏଭଳି ସ୍ଥିତିରେ ଜଗନ୍ନାଥ ଏବେ ବିବାଦକୁ ଆସିଥିବାରୁ ରାଜ୍ୟବାସୀ ଚିନ୍ତିତ ଅଛନ୍ତି ।  ଜଣେ ଐତିହ୍ୟ ପ୍ରେମୀ ଭାବେ  ହାଇକୋର୍ଟ ନିର୍ଦେଶ ଆସିବା ପର୍ଯ୍ୟନ୍ତ  ମୁଖ୍ୟମନ୍ତ୍ରୀ ନିର୍ମାଣ ବନ୍ଦ ରଖନ୍ତୁ ବୋଲି ଅପିଲ କରିଛି। ଆମସର ଆକ୍ଟ ଅନୁସାରେ ମଧ୍ୟରେ ଯାହା କରିବା କଥା କରନ୍ତୁ। ୧୦୦ ମିଟର ଭିତରେ ଯାହା ହେଉଛି ଏଏସଆଇ ବିରୋଧ କରୁଛି। ଯାହା ମନ୍ଦିର ପ୍ରତି ବିପଦ ଆଣିପାରେ। ହାଇକୋର୍ଟ ଷ୍ଟେ ଅର୍ଡର ଦେଇନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅପିଲ କରିଛି। ଗଜପତି ମହାରାଜା ମୂଳରୁ ମନା କରିଥିଲେ ଆଜି ଏପରି ହୋଇନଥାନ୍ତା। ଗଜପତି କିପରି ରାଜି ହେଲେ ତାହା ଆଶ୍ଚର୍ଯ୍ୟ କରୁଛି ବୋଲି କହିଛନ୍ତି ଏବି ତ୍ରିପାଠୀ।

Spread the love