କ୍ରୀଡ଼ାବିତ୍‌ଙ୍କ ଅଭିଯୋଗ ନେଇ ସ୍ପଷ୍ଟୀକରଣ ରଖିଲା ବିସିଏ

ଭଦ୍ରକ : ଯୋଗ୍ୟତା ଭିତ୍ତିରେ କଳାହାଣ୍ଡି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ନେଇ ଥାନାରେ ଅଭିଯୋଗ ଘଟଣାରେ ସ୍ପଷ୍ଟିକରଣ ରଖିଲା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ । ଗଣମାଧ୍ୟମକୁ ଦିଆଯାଇଥିବା ତଥ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇନାହିଁ ଓ ନିୟମ ଉଲଂଘନ କରାଯାଇଥିବା କହିଛି ଆସୋସିଏସନ । କେତେକ ଦସ୍ତାବିଜ ଦେଖାଇ ଅଭିଯୋଗକାରୀ ମନୋନୟନ ତାଲିକାରେ ଖେଳାଳିଙ୍କ ସ୍ଥାନ ଦେଖାଇଛନ୍ତି  । ସାମଗ୍ରିକ ଭାବେ ଅଭିଯୋଗକାରୀଙ୍କ ଦ୍ଵାରା ଦିଆଯାଇଥିବା କାଗଜପତ୍ରରେ କେବଳ ଦୁଇଟି ମ୍ୟାଚର ରିପୋର୍ଟ ଥିବା ବେଳେ ଅନ୍ୟ ଦୁଇ ମ୍ୟାଚର ରିପୋର୍ଟ ଦିଆଯାଇ ନାହିଁ । ଚୟନ ପ୍ରକ୍ରିୟା ନେଇ କୌଣସି ଅନିୟମିତତା ହୋଇନାହିଁ ଓ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ଆସୋସିଏସନ୍ ।ତେବେ ଏହି ଘଟଣା ପରେ ଭଦ୍ରକ କ୍ରିକେଟ ଆସୋସିଏସନର ଲିଗାଲ କମିଟି ବୈଠକ ବସିଛି । ଏହି ବୈଠକରେ ଥାନା ଓ ଗଣମାଧ୍ୟମକୁ ଦିଆଯାଇଥିବା ରିପୋର୍ଟକୁ ତର୍ଜମା କରାଯିବା ସହ ଆଲୋଚନା ପରେ ଓଡିଶା କ୍ରିକେଟ ଏକାଡେମୀକୁ ବିସ୍ତୁତ ରିପୋର୍ଟ ଦିଆଯିବ । ପରେ ସଂପୃକ୍ତ ଖେଳାଳିଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରେ ବୋଲି କ୍ରିକେଟ ଆସିସିଏସନ ସୂଚନା ଦେଇଛନ୍ତି ।

Spread the love