ବିପିୟୁଟି ଛାତ୍ରଛାତ୍ରୀଙ୍କ ରାଜ ଭବନ ସମ୍ମୁଖରେ ଧାରଣା

ଭୁବନେଶ୍ୱର -ରାଜ୍ୟର ବୈଷୟିକ ଶିକ୍ଷା ସହ ଜଡିତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟି ରଖି ବିପିୟୁଟି ସୁଡେଣ୍ଟସ ୟୁନିଅନ ତରଫରୁ ଏକ ବିଶାଳ ଧାରଣା ରାଜଭବନ ସମ୍ମୁଖରେ ଦିଆ ଯାଇଥିଲା ।

ବିପିୟୁଟି ଅଫିସକୁ ସୁଦୂର ରାଉରକେଲାରୁ ଭୁବନେଶ୍ୱର ସ୍ଥାନାନ୍ତର, ମୂଲ୍ୟାୟନ ଫି ବୃଦ୍ଧି ଓ ବିପିୟୁଟି କୁଳପତିଙ୍କ ଛାତ୍ର ଶୋଷଣ ନୀତି ବିରୁଦ୍ଧରେ ଧାରଣା ଦିଆଯାଇଥିଲା। ଏହି ଧାରଣାରେ BSU ର ଆବାହକ ଓ ଉପଦେଷ୍ଟା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ବିପିୟୁଟି କୁଳପତିଙ୍କ ମାନମୁଖୀ ଶାସନ ପାଇଁ ଦୁଃଖ ପ୍ରକାଶ କରିବା ସହ ନିଜର ଦାବି ଉପସ୍ଥାପନ କରି ଥିଲେ ।ପରେ ବିଶ୍ଵବିଦ୍ୟାଳୟ ର ବିଭିନ୍ନ ଦାବିକୁ ନେଇ ବିପିୟୁଟି ସ୍ତୁଡେଣ୍ଟସ ଉନିଅନର ଆବାହକ ବିଜୟ ବସନ୍ତିଆ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

Spread the love