ଇମରାନ ଖାନଙ୍କ ଦାବୀ : ‘‘ମୋତେ ମାରିବା ପାଇଁ କରାଯାଉଛି ଷଡ଼ଯନ୍ତ୍ର’’

ଇସ୍ଲାମାବାଦ ୧୫/୦୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଦାବୀ କରିଛନ୍ତି। ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ସମସ୍ତ ଷଡ଼ଯନ୍ତ୍ରକାରୀଙ୍କ ନାମକୁ ସେ ଏହି ଭିଡିଓରେ କହିଛନ୍ତି। ଯଦି ତାଙ୍କର କୌଣସି କ୍ଷତି ହୁଏ ତାହେଲେ ଏହି ଭିଡିଓକୁ ଜନତାମାନଙ୍କ ପାଇଁ ଜାରି କରାଯିବ ବୋଲି ସେ କହିଛନ୍ତି। ଖାନ ଶନିବାର ସିଆଲକୋଟରେ ଏକ ଜନ ସଭାକୁ ସମ୍ୱୋଧନ କରିବା ସମୟରେ ଏପରି ଆଶ୍ଚର୍ଯ୍ୟଜନକ ଦାବୀ କରିଛନ୍ତି।

ଇମରାନ୍‌ କହିଛନ୍ତି ‘‘ପାକିସ୍ତାନ ଓ ବିଦେଶର ଲୋକମାନେ ମିଶି ମୋତେ ମାରିବା ପାଇଁ ଯୋଜନା କରୁଛନ୍ତି। ମୁଁ ସମସ୍ତ ନାଁ ସହିତ ମୋ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରର ପୁରା ବିବରଣୀର ଏକ ଭିଡିଓ ତିଆରି କରିଛି ଓ ଏହାକୁ ଏକ ସୁରକ୍ଷିତ ସ୍ଥାନରେ ରଖିଛି’’। ଏହି ହତ୍ୟା ଷଡ଼ଯନ୍ତ୍ର ପଛରେ କାହାର ହାତ ରହିଛି ସେ କଥା ଇମରାନ୍‌ କହିନାହାନ୍ତି ।

ଇମରାନ କହିଛନ୍ତି ମୋତେ ବିଦେଶରେ ଓ ପାକିସ୍ତାନରେ ମାରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି କରାଯାଉଛି। ଏହି ହତ୍ୟା ଷଡ଼ଯନ୍ତ୍ର କିଏ କରିଛନ୍ତି ମୁଁ ଜାଣିଛି । ଯଦି ମୋର ମୃତ୍ୟୁ ହୁଏ ତାହେଲେ ଏହି ଭିଡିଓ ସାର୍ବଜନୀନ ହେବ। ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନେ ମୋତେ ତାଙ୍କ ରାସ୍ତାରେ କଣ୍ଟା ବୋଲି ଭାବୁଛନ୍ତି। ସେଥିପାଇଁ ମୋତେ ମାରିବା ପାଇଁ ଚାହୁଁଛନ୍ତି।

Spread the love