ଅମ୍ବୁଜା-ଏସିସିକୁ କିଣିଲା ଅଦାନୀ

ନୂଆଦିଲ୍ଲୀ: ବିଶ୍ୱର ୬ ନମ୍ବର ତଥା ଭାରତର ଏକ ନମ୍ବର ଧନୀ ବ୍ୟକ୍ତି ବର୍ତ୍ତମାନ ଭାରତର ଦ୍ୱିତୀୟ ବୃହତ ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ପାଲଟିଛି । ୧୦.୫ ବିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ ୮୧୬୭ କୋଟି ଟଙ୍କା ବ୍ୟୟରେ ଅମ୍ବୁଜା-ଏସିସିକୁ କିଣିଛନ୍ତି ଅଦାନୀ ।ସ୍ୱିଜରଲାଣ୍ଡର ହୋଲସିମ୍ ଅଧୀନରେ ରହିଥିବା ଏହି ଦୁଇ କମ୍ପାନୀର ୬୩.୧୯ ପ୍ରତିଶତ ଅଂଶଧନ କ୍ରୟ କରିଛି ଅଦାନୀ ।ଏହି ଚୁକ୍ତି ସହିତ ଦେଶର ଦ୍ୱିତୀୟ ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ପାଲଟିଛି ଅଦାନୀ । ଆଦିତ୍ୟ ବିର୍ଲା ଗ୍ରୁପର ଅଲଟ୍ରା ଟେକ୍ ଦେଶର ଏକ ନମ୍ବର ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ରହିଛି । ଏହି ଅଧିଗ୍ରହଣ ଦୌଡରେ ଜେଏସପିଏଲ୍ ରହିଥିବା ବେଳେ ଅଧିକ ବିଡ୍ ସହିତ ଅଦାନୀ ଗ୍ରୁପ୍ ବାଜି ମାରି ନେଇଥିଲା ।ଏହି ଚୁକ୍ତି ଫଳରେ ହୋଲସିମ୍ ୬.୪ ବିଲିୟନ୍ ସ୍ୱିସ୍ ଫ୍ରାଙ୍କ ଗ୍ରହଣ କରିବ । ଏହା ସହିତ ଓପନ ଅଫର ଜରିଆରେ ଅଧିକ ଅଂଶଧନ ଅଧିଗ୍ରହଣ ପାଇଁ ପ୍ରୟାସ କରାଯିବ ବୋଲି ଅଦାନୀ ଗ୍ରୁପ୍ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଅମ୍ବୁଜାର ୫୦ ପ୍ରତିଶତ ଅଂଶଧନ ଏସିସି ନିକଟରେ ରହିଥିବା ବେଳେ ଏହାର ୫୪.୫୩ ପ୍ରତିଶତ ଅଂଶଧନ କ୍ରୟ କରିଥିଲା ହୋଲ୍ସିମ୍ ।

Spread the love