ପୁଅର ଚାପୁଡାରେ ବାପାର ଜୀବନ ଗଲା

ଘଟଗାଁ, ୧୬।୦୫: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ମହୁଲପଙ୍ଗା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଚାପୁଡା ମାଡରେ ବାପର ମୃତ୍ୟୁ ହୋଇଛି । ମୃତକ ହେଲେ ଶଙ୍କରା ମାଝୀ  । ଅଭିଯୁକ୍ତ ପୁଅ ଲକ୍ଷଣ ମାଝୀକୁ ଅଟକରଖି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଗତକାଲି ଦିନ ୧୨ଟା ସମୟରେ କୌଣସି କାରଣରୁ ବାପ-ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଉତ୍ତ୍ୟକ୍ତ ହୋଇ ଲକ୍ଷ୍ମଣ ମାଝି ତାଙ୍କ ବାପାଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ । ଯାହାଦ୍ୱାରା ବାପା ଶଙ୍କରା ମାଝୀ ତଳେ କଚାଡି ହୋଇ ପଡିରହିଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ଏକଥାକୁ ଲୁଚାଇବାକୁ ଯାଇ ଘରଲୋକେ ଘଟଣା ସମ୍ପର୍କରେ କାହାରିକୁ ଜଣାଇନଥିଲେ । ଆଜି ସନ୍ଧ୍ୟା ସମୟରେ କୌଣସି ସୁତ୍ରରୁ ଜାଣି ପୋଲିସକୁ ଖବର ଦେବା ପରେ ପୋଲିସ୍ ଘଟଣା ସ୍ଥଳକୁ ଯାଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love