OMCର ୬୭ତମ ପ୍ରତିଷ୍ଠା ଦିବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ( ଓଏମସିର  ) ଓଡ଼ିଶା ମାଇନିଂ କର୍ପୋରେସନର ୬୭ତମ ପ୍ରତିଷ୍ଠା ଦିବସରେ ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ନୂଆ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ।  ୫ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷରିତ ହେବା ସହ କୋଇଡା ITIରେ ଦକ୍ଷତା ବିକାଶ ଏକାଡେମୀ ପ୍ରତିଷ୍ଠା ପାଇଁ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ସହ ଏକ MOU ସ୍ବାକ୍ଷର ହୋଇଥିଲା ।ଖଣି ଅଞ୍ଚଳରେ ୫ଟି ଆଦର୍ଶ ବିଦ୍ୟାଳୟ ପାଇଁ ଓଏମସି ୨୦୮ କୋଟି ଟଙ୍କା ଖର୍ଚ୍ଚ କରିବ । ଏହିସବୁ ବିଦ୍ୟାଳୟର ପରିଚାଳନା ପାଇଁ ବାର୍ଷିକ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । OMCର ଏହି ଉଦ୍ୟମ ଶିକ୍ଷାର ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସାମାଜିକ ବିକାଶରେ OMCର ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । କୋଭିଡ ପରିଚାଳନାରେ OMCର କାର୍ଯ୍ୟ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ପ୍ରତିଷ୍ଠା ଦିବସ ଅବସରରେ ତିନିଟି ଖଣି ବାଂଶପାଣୀ, ଉନଛବାଲି ଓ କାଣ୍ଡବନ୍ଧ ଖଣି କାର୍ଯ୍ୟକ୍ଷମ ହୋଇଥିବା ବେଳେ ପରିଚାଳନା ବ୍ୟବସ୍ଥା ଓ ବିବାଦ ସମାଧାନ ପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ୩୦ ନିୟୁତ ଟନ ଉତ୍ପାଦନ ସହ OMC ଦେଶର ଅନ୍ୟତମ ବୃହତ ଖଣି କମ୍ପାନୀ ଭାବେ ଉଭା ହୋଇଛି ।

Spread the love