ସ୍କୁଲ ସମୟ ବୃଦ୍ଧି ପରାମର୍ଶ ଦେଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଡେସ୍କ:  ଗତ ମେ’ ୨ ତାରିଖରୁ ସ୍କୁଲ୍‍ ଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲୁଛି। ତେବେ ପାଗରେ ପରିବର୍ତନ ଘଟିଥିବାରୁ ଏବଂ ଦିନ ତାପମାତ୍ରା ହ୍ରାସ ପାଇଥିବାରୁ ପାଠପଢ଼଼ା ସମୟକୁ ଦିନ ୧୦ଟା ପର୍ଯ୍ୟନ୍ତ ବଢ଼଼ାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।ଏପ୍ରିଲ ମାସରେ ଅସମ୍ଭାଳ ତାତି ହେବାରୁ ପ୍ରଥମେ କିଛି ଦିନ ସ୍କୁଲ୍‍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ତା’ପରେ ମେ’ ୨ରୁ ସ୍କୁଲ୍‍ ଗୁଡ଼ିକୁ ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Spread the love