ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଚଳଚଞ୍ଚଳ। ୧୫ ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଷ୍ଠା ଉତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତାରାତାରିଣୀ ପୀଠର ନବକଳେବର ପରେ ନୂଆ ମନ୍ଦିରର ପ୍ରତିଷ୍ଠା ଉତ୍ସବ କରାଯାଉଛି। ବ୍ରାହ୍ମଣ, ପଣ୍ଡିତଙ୍କ ମନ୍ତ୍ର ଶ୍ଳୋକ ପ୍ରତିଧ୍ବନିରେ ପ୍ରକମ୍ପିତ ମନ୍ଦିର ପରିବେଶ ଏବଂ ଭକ୍ତଙ୍କ ସମାଗମରେ ପୁରି ଉଠିଛି ମନ୍ଦିର ପ୍ରାଙ୍ଗଣ।ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ 5-T ସଚିବ ଭି.କେ ପାଣ୍ଡିଆନ ତାରାତାରିଣୀ ପୀଠ ପରିଦର୍ଶନ କରିଥିଲେ । ମାଆଙ୍କୁ ଦର୍ଶନ କରିବା ସହ ସ୍ଥିତି ଅନୁଧ୍ଯାନ କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ପ୍ରତିଷ୍ଠା ଉତ୍ସବର ରୂପରେଖ ସଂପର୍କରେ ଅବଗତ କରିଥିଲେ।

Spread the love