ଆଜିର ରାଶିଫଳ

ମେଷ– ମାଲିମକଦ୍ଦମାରେ  ସମସ୍ୟାର ସମାଧାନ ହେବ । ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତା କରି ମନ ଭାରାକ୍ରାନ୍ତ ରହିବେ। କଳହ ପ୍ରତି ସାବଧାନ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୮ ।

ବୃଷ– କୈଣସି ମତେ ଆବଶ୍ୟକତା ଚଳାଇ ନେବେ । ପାରିବାରିକ କ୍ଷେତ୍ର, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାକୁ ସୁଫଳ ପାଇବେ । ପରିବାରରେ କଳହ ଦେଖା ଦେଇପାରେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୩ ।

ମିଥୁନ -ପରିବାରରେ କଳହ ଦେଖା ଦେଇପାରେ । ଅଫିସ୍ କାମରେ ସବୁ କଥାକୁ ହାଲୁକା ଭାବିଲେ କ୍ଷତିରେ ପଡିବେ । ରପ୍ତାନି ବାଣିଜ୍ୟରେ ଉନ୍ନତି ସଙ୍ଗକୁ ରାଜନୀତିରେ ନେତୃତ୍ୱ ନେ ପ୍ରଶଂସିତ ହେବେ । କଠୋର ବାକ୍ୟ କୁହନ୍ତୁ ନାହିଁ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୬ ।

କର୍କଟ– କର୍ମକ୍ଷେତ୍ରରେ ସମସ୍ୟା କାରଣରୁ ମନ ବିଚଳିତ ହେବ। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଦୂରଯାତ୍ରାର ସୁଯୋଗ ମଧ୍ୟ ପାଇବେ । ସ୍ୱାସ୍ଥ୍ୟ ପ୍ରତି ଅଭହେଳା କରି ଅନୁତାପ କରିପାରନ୍ତି । ବ୍ୟବହାରରରେ ମଧୁରତା ଯୋଗୁ ଆପଣଙ୍କ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ସିଂହ – ବନ୍ଧୁମାନଙ୍କ ସାହାର୍ଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଠିକ ରହିବ। କିନ୍ତୁ ପୁତ୍ରକନ୍ୟାଙ୍କ ଅହେତୁକ  ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି ।  ଶୁଭ ରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୫ ।

କନ୍ୟା– ନିକର ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ଆଲୋଚନା କାଳରେ ଜଣେ ବନ୍ଧୁଙ୍କ ଗୁରୁଜନଙ୍କ ସ୍ୱାସ୍ଥ୍ୟ ହାନି ଦୁଶ୍ଚିନ୍ତାର କାରଣ ହୋଇପାରେ । କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡିପାରେ । ଶୁଭ ରଙ୍ଗ ବ୍ରଉନ୍ । ଶୁଭ ଅଙ୍କ ୧ ।

ତୁଳା– ଦୃଢ ଓ କଠୋରୋକ୍ତି ଫଳରେ ମୁହଁ ସାମନାରେ କଥା କହିବାକୁ କେହି ସାହସ କରିବେ ନାହିଁ । ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ । ବହୁତ ଚେଷ୍ଟା କରି ମଧ୍ୟ ଯେଉଁଥି ପାଇଁ ଚିନ୍ତିତ ଥିଲେ ଆଜି ତାହା ମିଳିପାରିବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୫ ।

ବିଛା– କର୍ମକ୍ଷେତ୍ରରେ ସହକର୍ମୀ ସହ-ଯୋଗର ହାତ ବଢାଇବେ, ଫଳରେ କାମ ଅଟକିବ ନାହିଁ । କାର୍ଯ୍ୟ ବ୍ୟସ୍ତତା ଯୋଗୁ କେତେକ କାମ ଠିକ୍ ସମୟରେ କରିପାରିବେ ନାହିଁ । ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୪ ।

ଧନୁ – ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମନଟା ଭଲ ଲାଗିବ ନାହିଁ । କୌଣସି ବ୍ୟକ୍ତିଙ୍କ କଟୁସତ୍ୟ କହିବାରୁ ତିକ୍ତତା ଆଶଙ୍କା ରହିଛି । କିନ୍ତୁ ପୁନର୍ବସୁ ନକ୍ଷତ୍ରର ସାଧାରଣ ତୋଷମଦିଆ କଥାରେ ମନ ବଦଳି ଯାଇପାରେ । କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ମକର– ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ । ଉଦ୍ୟମ ଅବ୍ୟାହତ ରଖିଲେ ମଧ୍ୟ ଯେତିକି ପାଇବା କଥା ତାହା ନ ପାଇ ଅନୁତପ୍ତ ହୋଇପାରନ୍ତି । ଅର୍ଥର ଅଭାବ ନ ଥିଲେ ମଧ୍ୟ କେତେକ ଅପୂରଣୀୟ ଆଶା ଦୁଶ୍ଚିନ୍ତାର କାରଣ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

କୁମ୍ଭ – ଜଣେ ପ୍ରତିଷ୍ଠାବାନ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି । କ୍ରୀଡା,ସ ଙ୍ଗୀତ ଓ ପ୍ରତିଯୋଗିତାରେ ସଫଳ ହେବେ । ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ରହିବ ନାହିଁ । ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଏ ଦିଗରେ ସାହାର୍ଯ୍ୟ କରିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ମୀନ -କଚେରି ମାମଲାରେ ଖୁସି ଖବର ମିଳିବ । ପାଇବାରେ ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟା କରନ୍ତୁ । ଆଜିର ଯାତ୍ରାକାଳରେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ । । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

Spread the love