ଧାନମଣ୍ଡଳରେ ଉପ-ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ ଅନୁଷ୍ଠିତ

ଚଣ୍ଡିଖୋଲ, ୨୦/୦୫: ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ଧାନମଣ୍ଡଳ ପଞ୍ଚାୟତର ଉପ-ନିର୍ବାଚନ ୨୩ ତାରିଖରେ ଅନୁଷ୍ଠିତ ହେବ । ଏହି ପଞ୍ଚାୟତରେ ୧୩ଟି ୱାର୍ଡ ରହିଥିବା ବେଳେ ମୋଟ ୩୨୨୦ ଭୋଟର ମତଦାନ କରିବେ । ଏହି ଉପ ନିର୍ବାଚନରେ ବିଜୁ ଜନତା ଦଳର ସରପଞ୍ଚ ପ୍ରାର୍ଥୀ ନବଦ୍ୱୀପ ନାୟକଙ୍କ ଧାନମଣ୍ଡଳ ଗ୍ରାମରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସମେତ ଦଳର ଆଗ ଧାଡ଼ିର କର୍ମକର୍ତ୍ତା ସାମିଲ୍‌ ହୋଇଥିବା ବେଳେ ଶତାଧିକ ଲୋକ ବିଜେପି ଓ କଂଗ୍ରେସ ଛାଡ଼ି ବିଜୁ ଜନତା ଦଲରେ ଯୋଗ ଦେଇଥିଲେ । ଏହି ଅବସରରେ ଧାନମଣ୍ଡଳ ପଞ୍ଚାୟତର ବିଭିନ୍ନ ବିକାଶ ମୂଳକ କାମ ଉପରେ ସମୀକ୍ଷା କରିଥିଲେ ।

Spread the love