ହାଇୱା ଧକ୍କାରେ ଯୁବକ ମୃତ୍ୟୁ

ବାସୁଦେବପୁର : ହାଇୱା ଧକ୍କାରେ ଜଣେ ମୃତ ହେବା ସହ ଜଣେ ଗୁରୁତର ହୋଇଛନ୍ତି. ଗୁରୁତରଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି. ଏଭଳି ଘଟଣା ଘଟିଛି ବାସୁଦେବପୁର ଧାମରା ରାସ୍ତାରେ. ହାଇୱଟି ଏକ ବାଇକକୁ ଧକ୍କା ଦେଇଥିଲା. ଫଳରେ  ଘଟଣା ସ୍ଥଳରେ ଜଣେ ଯୁବକ ମୃତ୍ୟୁ ହୋଇଛି ଅନ୍ୟ ଜଣେ ଗୁରୁତର ହୋଇଛନ୍ତି. ଗୁରୁତରଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି. ମୃତ ଯୁବକ ହେଲେ କଶିଆ ସାମୁଦ୍ରିକ ଥାନା ଅଧିନ କେରସାହି ଗ୍ରାମର ରମେଶ ଜେନା. ଶ୍ରୀ ଜେନା ଶୁକ୍ରବାର ସନ୍ଧ୍ୟା ରେ ବାସୁଦେବପୁରରୁ ବିଦେଇପୁର ଅଭିମୁଖେ ଯାଉଥିଲେ. ଏତିକି ବେଳେ ବିପରୀତ ଦିଗରୁ ଆସୁଥିବା ହାଇୱାଟି ତାଙ୍କୁ ଧକ୍କା ଦେଇଥିଲା. ମୃତକ ପରିବାର କୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି. ଖବର ପାଇ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା ଚଳାଇଛନ୍ତି।

Spread the love