୧୨ଶହ ୧୮ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ, ସୃଷ୍ଟି ହେବ ୩୩୯୦ ନିଯୁକ୍ତି

ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରରେ ଆହୁରି ଅଧିକ ବିକଶିତ କରିବ ଓଡ଼ିଶା । ରାଜ୍ୟରେ ନୂଆ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସବୁ ପ୍ରକଳ୍ପର ମୂଲ୍ୟ ରହିଛି ୧୨ଶହ ୧୮ କୋଟି ଟଙ୍କା । ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ 3 ହଜାର 390ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ୭୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୩ଟି ପ୍ରକଳ୍ପର ଉଦଘାଟନ ହୋଇଥିବା ବେଳେ ଆଉ ୧୦ଚି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୧ ଶହ ୪୧ କୋଟି ଟଙ୍କା । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଡ଼ଭଇଂରୋ ପଂଚାୟତ ପାଣିମୋରା ଜଙ୍ଗଲରେ ଇଥାନାଲ ବାୟୋ ଫୁଏଲ କାରଖାନାର ଭୂମିପୂଜନ କରାଯାଇଛି  ।

ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା 50 ଏକର ଜମିରେ ତିଆରି ହେବାକୁ ଥିବା ଏହି କାରଖାନାରେ ଜିଲ୍ଲାର କୃଷକ ମାନଙ୍କ ଶସ୍ୟଜାତ ବର୍ଜ୍ୟଵସ୍ତୁରେ ଇଥାନାଲ ପ୍ରସ୍ତୁତ କରାଯିବ l HULର ହର୍ଲିକ୍ସ ପ୍ରସ୍ତୁତକାରୀ ପ୍ଲାଣ୍ଟ ୬୧ କୋଟି ଟଙ୍କାରେ କଚକ ଟାଙ୍ଗିରେ ଉଦଘାଟିତ ହୋଇଖଥିବା ବେଳେ, ବରଗଡ଼ରେ ଆମ୍ୟୁଜମେଣ୍ଟ ପାର୍କର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Spread the love