ଭାରତର ଏହି ମନ୍ଦିରରେ ଭକ୍ତଙ୍କୁ ଦିଆଯାଏ ସୁନା-ରୁପାର ପ୍ରସାଦ

ଭାରତରେ ହଜାର ହଜାର ମନ୍ଦିର ରହିଛି । ଆସ୍ଥା ଓ ବିଶ୍ୱାସର ଦେଶ ଭାରତରେ ଏପରି ଅନେକ ମନ୍ଦିର ଅଛି ଯାହା ଅତ୍ୟନ୍ତ ରହସ୍ୟମୟ। ଏହି ମନ୍ଦିରଗୁଡ଼ିକରେ ଏପରି ଅନେକ ଜିନିଷ ଅଛି ଯାହା ସେମାନଙ୍କୁ ସ୍ୱତନ୍ତ୍ର କରିଥାଏ । କେତେକ ମନ୍ଦିର ଏହାର ଗଠନ ପାଇଁ ପ୍ରସିଦ୍ଧ, କେତେକ କାହାଣୀ ପାଇଁ ଏବଂ କେତେକ ନିଜ ପ୍ରସାଦ ପାଇଁ ପ୍ରସିଦ୍ଧ ।

ଆଜି ଆମେ ଆପଣଙ୍କୁ ମାଁ ମହାଲକ୍ଷ୍ମୀଙ୍କ ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ ଖାସ୍‌। ପ୍ରତ୍ୟେକ ମନ୍ଦିରର ବିଶେଷତା ଭିନ୍ନ ଭିନ୍ନ ହେବା ସହ କାହାଣୀ ମଧ୍ୟ ଭିନ୍ନ ହୋଇଥାଏ। ମନ୍ଦିର ଛୋଟ ହେଉ କି ବଡ ତାହା ଭକ୍ତିର ପ୍ରତୀକ ହୋଇଥାଏ। ଭକ୍ତ ଏଠାରେ ପୂଜା କରି ଭଗବାନଙ୍କୁ ଭୋଗ ଲଗାଇଥାଏ। ସେହିଭଳି ଅନେକ ପ୍ରକାର ବ୍ୟଞ୍ଜନ ଏବଂ ମିଠାକୁ ପ୍ରସାଦ ରୂପେ ଭୋଗ କରାଯାଇ ଭକ୍ତଙ୍କ ମଧ୍ୟରେ ପ୍ରଦାନ କରାଯାଇଥାଏ। କିନ୍ତୁ ଏଭଳି ଏକ ମନ୍ଦିର ରହିଛି ଯେଉଁଠାରେ ପ୍ରସାଦ ରୂପେ ରୁପା ଏବଂ ସୁନା ମୁଦ୍ରା ଓ ଅଳଙ୍କାର ମିଳିଥାଏ। ଆଜ୍ଞା ହଁ ଏକଥା ବିଶ୍ୱାସ ନହେଲେ ମଧ୍ୟ ବିଲକୁଲ୍‌ ସତ। ମାଁ ମହାଲକ୍ଷ୍ମୀଙ୍କ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ସୁନା ଏବଂ ରୁପାର ମୁଦ୍ରାକୁ ପ୍ରସାଦ ରୂପେ ଦିଆଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ଅଜଣା କଥା।

ଯଦି ଆପଣ ମଧ୍ୟ ଭଗବାନଙ୍କ ଭକ୍ତ ଓ ଜଣେ ଉପାସକ, ତେବେ ଆପଣ ଏହି ମନ୍ଦିରକୁ ଥରେ ପରିଦର୍ଶନ କରନ୍ତୁ । ଏହି ମନ୍ଦିରରେ ମାଁ ଲକ୍ଷ୍ମୀଙ୍କ ସହ ଧନ କୋଷାଧକ୍ଷ କୁବେର ଦେବଙ୍କ ପୂଜା କରାଯାଏ । ଏହି ମନ୍ଦିରର କବାଟ ଧନତେରାସ୍‌ ଦିନ ହିଁ ଖୋଲିଥାଏ। ଧନତେରାସ୍‌ ଦିନ ବ୍ରହ୍ମମୁହୂର୍ତ୍ତ ସମୟରେ ଏହି ମନ୍ଦିର ଖୋଲିଥାଏ ଏବଂ ଭାଇ ଦୁଜ୍‌ ଦିନ ମନ୍ଦିରର କବାଟ ବନ୍ଦ କରାଯାଇଥାଏ। ଧନତେରାସ୍‌ ଦିନ ଏହି ମନ୍ଦିର ସମ୍ପୂର୍ଣ୍ଣ ସୁନା ଏବଂ ରୁପାରେ ସଜ୍ଜିତ କରାଯାଇଥାଏ।

ଏହି ମନ୍ଦିର ଅନେକ ଉପାୟରେ ମହତ୍ୱପୂର୍ଣ୍ଣ । ସାଧାରଣତଃ ମନ୍ଦିରରେ ଭକ୍ତଙ୍କୁ ପ୍ରସାଦରେ ମିଠା କିମ୍ବା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦିଆଯାଏ । କିନ୍ତୁ ମାତା ଲକ୍ଷ୍ମୀଙ୍କ ଏହି ମନ୍ଦିରରେ ଭକ୍ତମାନଙ୍କୁ ପ୍ରସାଦ ରୂପେ ସୁନା, ରୁପା ଏବଂ ଅଳଙ୍କାର ପ୍ରସାଦରେ ଦିଆଯାଏ । କେବଳ ଏତିକି ନୁହେଁ, ଏହି ମନ୍ଦିରକୁ ଆସୁଥିବା କୌଣସି ଭକ୍ତ ମଧ୍ୟ ପ୍ରସାଦ ଭଳି ସୁନା ଓ ରୁପା କଏନ ପାଇଥାନ୍ତି । ଏହି ମନ୍ଦିରରେ ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । ଭକ୍ତମାନେ ଏଠାରେ ଆସି କୋଟି କୋଟି ଟଙ୍କାର ସୁନା ଗହଣା ମାତାଙ୍କ ଚରଣରେ ଅପର୍ଣ ମଧ୍ୟ କରିଥାନ୍ତି ।

ଧନତେରସ ଠାରୁ ୫ ଦିନ ଯାଏ ଏହି ମନ୍ଦିରରେ ଦୀପ ଉତ୍ସବର ଆୟୋଜନ କରାଯାଇଥାଏ । ଦୀପ ଉତ୍ସବ ବେଳେ ମନ୍ଦିରରେ କୁବେରଙ୍କ ଦରବାର ଲାଗିଥାଏ । ଏହି ସମୟରେ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଭୋଗ ସ୍ୱରୂପ ଗହଣା ଓ ଟଙ୍କା ଦିଆଯାଇଥାଏ । ଦୀପାବଳୀ ଦିନ ଏହି ମନ୍ଦିର ୨୪ ଘଣ୍ଟା ଖୋଲା ରହିଥାଏ । ଆପଣ ଥରେ ବି ଥରେ ଏହି ମନ୍ଦିରକୁ ଯାଆନ୍ତୁ । ମାଆଙ୍କର ଦର୍ଶନ କରି ଆଶିର୍ବାଦ ପାଆନ୍ତୁ।

Spread the love