ଟୋକିଓରେ କ୍ୱାଡ୍‌ ସମ୍ମିଳନୀ ଆରମ୍ଭ

ନୂଆଦିଲ୍ଲୀ: ଆଜି ଜାପାନର ଟୋକିଓରେ କ୍ୱାଡ୍‌ ସମ୍ମିଳନୀ ଆରମ୍ଭ ହୋଇଛି । କ୍ୱାଡ୍ ଏହା ୪ର୍ଥ ଥର ପାଇଁ ବୈଠକ ବସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗ ଦେଇଛନ୍ତି । ଏହି ବୈଠକରେ ମୋଦି ବିଶ୍ୱର ବଡ଼ ବଡ଼ ନେତାଙ୍କ ସହ ଆଲୋଚନା ଜାରି ରଖିଛନ୍ତି । କ୍ୱାଡ ସମ୍ମିଳନୀରେ ମୋଦି କହିଛନ୍ତି ସମ୍ମିଳନୀରେ ଯୋଗ ଦେଇ ଖୁବ୍‌ ଖୁସି ଲାଗୁଛି । ତାହା ସହ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଥୋନୀ ଅଲବାନିଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଥୋନୀ ଖୁବ୍‌ କମ୍‌ ସମୟ ମଧ୍ୟରେ ଲୋକପ୍ରିୟତା ହାସଲ କରିଛନ୍ତି । ଚାଲିଥିବା ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସର୍ବ ପ୍ରଥମେ ରୁଷ ଓ ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ ଉଠାଇଥିଲେ । ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ବିବୃତି ରଖିଥିଲେ ଜୋ. ବାଇଡେନ୍‌ । ତାଙ୍କ ବିବୃତିରେ ସେ କହିଥିଲେ ରୁଷ ରାଷ୍ଟ୍ରପତି ପୁଟିନ୍‌ ଏକ ସଂସ୍କୃତିକୁ ଶେଷ କରିବାକୁ ଉଦ୍ୟମ କରୁଛନ୍ତି । ଏହି ଯୁଦ୍ଧ ଖାଲି ୟୁରୋପର ପ୍ରସଙ୍ଗ ନୁହେଁ ଏହା ସାରା ବିଶ୍ବର ପ୍ରସଙ୍ଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Spread the love