ଟ୍ରେନ ସେବା ବାତିଲ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥରୁ ଛାଡୁଥିବା ଏବଂ ଯାତ୍ରା ସମାପ୍ତ କରୁଥିବା ତିନି ଯୋଡ଼ା ଦୂରଗାମୀ ଟ୍ରେନ ଆଉ ଏକ ମାସ ପାଇଁ ବାତିଲ କରାଯାଉଛି ।ଭୁବନେଶ୍ୱର ଠାରୁ ପ୍ରତ୍ୟକ ସୋମବାର ଏବଂ ଗୁରୁବାର ଦିନ ମାନଙ୍କରେ ଛାଡୁଥିବା ୧୨୮୮୦ ଭୁବନେଶ୍ୱର-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ । ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଦିନ ଛାଡୁଥିବା ୧୨୮୭୯ ମୁମ୍ବାଇ ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ ।ପୁରୀ ଠାରୁ ପ୍ରତ୍ୟକ ମଙ୍ଗଳବାର ଛାଡୁଥିବା ୨୨୮୬୬ ପୁରୀ-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ ଜୁନ୍ ୨୧ ପର୍ଯ୍ୟନ୍ତ ଏବଂ ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ଗୁରୁବାର ଛାଡୁଥିବା ୨୨୮୬୫ ମୁମ୍ବାଇ ଏଲଟିଟି-ପୁରୀ ଏକ୍ସପ୍ରେସ ଜୁନ୍ ୨୩ ପର୍ଯ୍ୟନ୍ତ ବାତିଲ୍ ରହିବ ।ବିଶାଖାପାଟନମରୁ ପ୍ରତ୍ୟେକ ରବିବାର ଦିନ ଛାଡୁଥିବା ୨୨୮୪୭ ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ ଜୁନ୍ ୧୯ ପର୍ଯ୍ୟନ୍ତ ଏବଂ ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଛାଡୁଥିବା ୨୨୮୪୮ ମୁମ୍ବାଇ ଏଲଟିଟି-ବିଶାଖାପାଟନମ୍ ଏକ୍ସପ୍ରେସ ଜୁନ୍ ୨୧ ପର୍ଯ୍ୟନ୍ତ ବାତିଲ୍ ରହିବ ।ପୂର୍ବତଟ ରେଳପଥ ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳ ମଧ୍ୟରେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାକ ରକ୍ଷଣାବେକ୍ଷଣ ସହିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ବାତିଲ୍ କରାଯାଇଅଛି ।

ବାତିଲ୍ ଟ୍ରେନ୍

  • ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ୍
  • ୨୨୮୨୦/୨୨୮୧୯ ବିଶାଖାପାଟନମ୍-ଭୁବନେଶ୍ୱର-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ୍
  • ୧୮୫୩୨/୧୮୫୩୧ ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏକ୍ସପ୍ରେସ୍
  • ୦୮୫୪୬/୦୮୫୪୫ ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍
  • ୧୮୪୭୧/୧୮୪୧୮ ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ୍
  • ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ପାସେଞ୍ଜର ସ୍ପେଶାଲ୍
Spread the love