ଗାଧୋଇବା ପରେ ତୁରନ୍ତ ସିନ୍ଦୁର ପିନ୍ଧୁଥିଲେ ସାବଧାନ

ପ୍ରାୟତଃ ଲୋକମାନେ ବାଥରୁମରେ ପୋଷାକ ଧୋଇବା ପରେ ବାଲ୍ଟିରେ ଅବଶିଷ୍ଟ ପାଣି ଛାଡିଥା’ନ୍ତି । ବାସ୍ତୁ ଅନୁଯାୟୀ, ଏହା କରିବା ଅତ୍ୟନ୍ତ ଖରାପ । ବାଲ୍ଟିରେ ମଇଳା ପାଣି ରଖିବା ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା କରିବା ଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିପାରେ । ଘରର ସୁଖ ଏବଂ ଶାନ୍ତି ଉପରେ ଖରାପ ପ୍ରଭାବ ପଡ଼ିପାରେ ।

ଯଦି ଆପଣ ଗାଧୋଇବା ପରେ କୌଣସି ତୀକ୍ଷ୍ଣ ଧାରାର ଉପକରଣ ବ୍ୟବହାର କରନ୍ତି, ତେବେ ସାବଧାନ । ବାସ୍ତୁ ଅନୁଯାୟୀ, ଗାଧୋଇବା ପରେ ନଖ କଟିବା, ବ୍ଲେଡ୍ କିମ୍ବା ରେଜର ଭଳି ତୀକ୍ଷ୍ଣ ଉପକରଣ ବ୍ୟବହାର କରିବା ଉଚିତ୍ ନୁହେଁ । ଏହା କରିବା ଅତ୍ୟନ୍ତ ଅଶୁଭ ।

ସେହିପରି ଘରର ବାଥରୁମରେ କେବେବି ଖାଲି ବାଲ୍ଟି ରଖନ୍ତୁ ନାହିଁ | ବାସ୍ତୁ ଅନୁଯାୟୀ, ବାଲ୍ଟି କିମ୍ବା କୁଣ୍ଡକୁ ସବୁବେଳେ ପାଣିରେ ଭର୍ତ୍ତି କରି ବାଥରୁମରେ ରଖନ୍ତୁ । ଯଦି ଆପଣ ସେଗୁଡିକୁ ପାଣିରେ ଭର୍ତ୍ତି ନକରୁଛନ୍ତି , ତେବେ ସେଗୁଡିକ ଓଲଟାଇ ରଖନ୍ତୁ । ଏହା କରିବା ଦ୍ୱାରା ଆପଣ କୌଣସି ବଡ଼ କ୍ଷତିରୁ ରକ୍ଷା ପାଇପାରିବେ ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିବାହିତ ମହିଳାମାନେ ଗାଧୋଇବା କିମ୍ବା କେଶ ଧୋଇବା ପରେ ତୁରନ୍ତ ସିନ୍ଦୁର ପିନ୍ଧି ଥାନ୍ତି ଏମିତି କରିବା ମଧ୍ୟ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶୁଭ । ବାସ୍ତୁ ଅନୁଯାୟୀ, ଏହା କରିବା ଦ୍ୱାରା ମହିଳାଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ । ସେମାନଙ୍କ ମନରେ ଖରାପ ଚିନ୍ତାଧାରା ଜାତ ହେବ । ଏବଂ ଘରର ସୁଖ ଏବଂ ଶାନ୍ତି  ଭଙ୍ଗ ହେବ । ଏହାସହ ପାରିବାରିକ କଳହ ମଧ୍ୟ ଦେଖାଯାଇପାରେ ।

ନାରୀମାନେ ନିଜର ସିନ୍ଦୁର କୁ କାହାକୁ ପିନ୍ଧିବାକୁ ଦିଅନ୍ତୁନି ଏହା ଅଶୁଭ ହୋଇଥାଏ ଏବଂ ସିନ୍ଦୁର ପିନ୍ଧିବା ବେଳେ ମୁଣ୍ଡ ରେ ଓଢଣୀ ଦିଅନ୍ତୁ।

ତେବେ ଗାଧୋଇବା ପରେ ବାଥରୁମର ଚଟାଣକୁ ଭଲ ଭାବରେ ସଫା କରନ୍ତୁ । ବାଥରୁମର ଚଟାଣ ସର୍ବଦା ଓଦା ରହିଲେ ଘରେ ଆର୍ଥିକ ସମସ୍ୟା ଦେଖାଦେବ ।  ଏଥିସହ, ବାଥରୁମକୁ ଅପରିଷ୍କାର ରଖନ୍ତୁ ନାହିଁ ଏବଂ ସମସ୍ତ ଜିନିଷକୁ ସଠିକ୍ ସ୍ଥାନରେ ରଖନ୍ତୁ ।

Spread the love