ଅଶ୍ବତ୍ଥ ବୃକ୍ଷ ପୂଜା କରିବାର କାରଣ

ଅଶ୍ବତ୍ଥ ବୃକ୍ଷକୁ ହିନ୍ଦୁ ଧର୍ମରେ ପବିତ୍ର କୁହାଯାଏ। ମାନ୍ୟତା ରହିଛି ଯେ, ଏହି ବୃକ୍ଷରେ ସମସ୍ତ ଦେବଦେବୀ ବାସ କରନ୍ତି। ପିତୃପୁରୁଷ ମଧ୍ୟ ଏହି ବୃକ୍ଷରେ ବାସ କରନ୍ତି ବୋଲି କୁହାଯାଏ। ତେଣୁ, ଅଶ୍ବତ୍ଥ ବୃକ୍ଷ ପୂଜାକରିବା ଦ୍ବାରା ସମସ୍ତ ଦେବତାଙ୍କ ସହ ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଅଶ୍ବତ୍ଥ ବୃକ୍ଷର ବିଧି-ବିଧାନ ସହ ପୂଜାକଲେ ଦୁଃଖ କଷ୍ଟ ଦୂର ହୋଇଥାଏ। ସୌଭାଗ୍ୟ ପ୍ରାପ୍ତି ହେବା ସହ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ।

ଅଥର୍ବ ବେଦରେ ଅଶ୍ବତ୍ଥ ଗଛର ମୂଳକୁ ଦେବତାଙ୍କ ସ୍ୱର୍ଗ ବୋଲି ବର୍ଣ୍ଣନା କରାଯାଇଛି। ସ୍କନ୍ଦ ପୁରାଣ ଅନୁସାରେ, ବୃକ୍ଷମୂଳରେ ବିଷ୍ଣୁ, ଗଣ୍ଡିରେ କେଶବ, ଡାଳରେ ନାରାୟଣ, ପତ୍ରରେ ଶ୍ରୀହରି ଓ ଫଳରେ ସବୁଦେବତାଙ୍କ ବାସ ବୋଲି ବି ବର୍ଣ୍ଣନା ରହିଛି।

ଶାସ୍ତ୍ରୀୟ ମାନ୍ୟତା ଅନୁସାରେ, ଅଶ୍ବତ୍ଥ ବୃକ୍ଷେର ଜଳ ଅର୍ପଣ କଲେ ଜାତକର ସମସ୍ତ ଦୋଷ ଦୂର ହୁଏ। କିନ୍ତୁ ରବିବାର ଦିନ ଜଳ ଅର୍ପଣ କରିବାକୁ ବାରଣ କରାଯାଇଛି। ଏପରି କରିବା ଦ୍ବାରା ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ।

ଶନିଙ୍କ ଦୁଷ୍‌ପ୍ରଭାବରୁ ମୁକ୍ତ ହେବା ଲାଗି ପ୍ରତି ଶନିବାର ଜଳ ଲାଗି କରି ସାତ ଥର ପରିକ୍ରମା କଲେ ଗ୍ରହକଷ୍ଟ ଦୂର ହୁଏ। ସନ୍ଧ୍ୟାରେ ଅଶ୍ବତ୍ଥ ବୃକ୍ଷ ମୂଳରେ ଦୀପ ପ୍ରଜ୍ୱଳନ କଲେ ଅଖଣ୍ଡ ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି।

ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟାଦୟ ପୂର୍ବରୁ ବା ରାତ୍ରି ସମୟରେ ଅଶ୍ବତ୍ଥ ବୃକ୍ଷ ପୂଜା କରିବା ଅନୁଚିତ। ଏହି ସମୟରେ ଦେବୀ ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀ ବାସ କରିଥା’ନ୍ତି। ତେଣୁ ଏହି ସମୟରେ ପୂଜାକଲେ ଦୁର୍ଭାଗ୍ୟ ବଢ଼ିଥାଏ ବୋଲି କୁହାଯାଏ।

ଅଶ୍ବତ୍ଥ ବୃକ୍ଷର ଡାଳ କାଟିଲେ ପିତୃଦୋଷ ଲାଗେ ବୋଲି ବିଶ୍ବାସ ରହିଛି। କିନ୍ତୁ ବିଧÒବିଧାନ ଅନୁସାରେ କ୍ଷମା ପ୍ରାର୍ଥନା କରି ଡାଳ କଟା ଯାଇଥାଏ।

Spread the love