ଉଜ୍ବଳ ତ୍ବଚା ପାଇଁ ବରଫ ଫେସିଆଲ୍‌

ଗ୍ରୀଷ୍ମ ଋତୁ ପ୍ରାୟ ସମସ୍ତଙ୍କ ପାଇଁ କଷ୍ଟସାଧ୍ୟ । ପ୍ରବଳ ସୂର୍ଯ୍ୟକିରଣ, ଉଚ୍ଚ ତାପମାତ୍ରା ଏବଂ ଗରମ ପବନ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଅନେକ କ୍ଷତି ହୋଇଥାଏ। ଏହା ବ୍ୟତୀତ ଖରାରେ ଟିକେ ବୁଲି ଗଲେ ସ୍କିନ୍‌ କଲର ମଧ୍ୟ ବଦଳି ଯାଏ। ଯାହା ଫଳରେ ସନବର୍ନ ତଥା ସନଟ୍ୟାନ୍‌ ସମସ୍ୟା ଦେଖା ଦିଏ। ଉତ୍ତାପ ଯୋଗୁଁ ଝାଳ ବାହାରିବା ଏବଂ ପିମ୍ପଲ୍‌ ମଧ୍ୟ ବାହାରିଥାଏ। ଖରାକୁ ଏଡାଇବା ପାଇଁ ଆମେ ସମସ୍ତ ପ୍ରକାରର ପଦକ୍ଷେପ ନେଇଥାଉ। କିନ୍ତୁ ଅନେକ ଥର ଏଗୁଡିକ କାମକୁ ଆସେ ନାହିଁ।

ବରଫ ମୁହଁ ପାଇଁ ବହୁତ ଲାଭ ଦାୟକ। ବରଫରେ କେବଳ ଚର୍ମ ଥଣ୍ଡା ହୋଇନଥାଏ ବରଂ ଚେହେରାରେ ଚମକ ମଧ୍ୟ ଆସିଥାଏ। ଯଦି ମୁହଁରେ ବ୍ରଣର ସମସ୍ୟା ଥାଏ, ତେବେ ଆପଣ ମୁହଁରେ ବରଫ ଲଗାଇପାରିବେ।ଦିନକୁ ଦୁୁଇ ଥର ମୁହଁରେ ବରଫ ଲଗାନ୍ତତୁ ଧିରେ ଧିରେ ବ୍ରଣ କମିିଯିବ।

ବରଫ ପାଣିରେ ମୁହଁ ଧୋଇଲେ ଡାର୍କ ସର୍କଲ ମଧ୍ୟ ଦୂର ହେବା ସହ ମୁହଁକୁ ଆରାମ ଦେଇଥାଏ ।

Spread the love