(ଇପିଏଫଓ) ପେନସନ ଭୋଗୀଙ୍କ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା (ଇପିଏଫଓ)  ପେନସନ ଭୋଗୀଙ୍କ ପାଇଁ ବଡ ଘୋଷଣା। କର୍ମଚାରୀ ପେନ୍‌ସନ ଯୋଜନା (ଇପିଏସ୍‌) ୯୫ ଅନୁଯାୟୀ ଏଣିକି ଜଣେ ପେନସନ ଭୋଗୀ ବର୍ଷର ଯେ କୌଣସି ସମୟରେ ନିଜର ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ପ୍ରମାଣପତ୍ର ଦାଖଲ ଦିନଠାରୁ ଏହା ଏକବର୍ଷ ପାଇଁ ବୈଧ ରହିବ। ଏ ସମ୍ପର୍କରେ ଇପିଏଫଓ ଟୁଇଟ୍ କରି ଜଣାଇଛି। ଜୀବନ ପ୍ରମାଣପତ୍ର ପେନସନଭୋଗୀଙ୍କ ନିମନ୍ତେ ଏକ ଜରୁରୀ କାଗଜପତ୍ର; ଯାହା ପେନସନଭୋଗୀ ଜୀବିତ ଥିବା ପ୍ରମାଣିତ କରିଥାଏ।

Spread the love